
ନୂଆଦିଲ୍ଲୀ, 30 ଏପ୍ରିଲ (ହି.ସ.)। ଭାରତୀୟ ମୁଦ୍ରା ଟଙ୍କାର ଦୁର୍ବଳତା ଲଗାତାର
ବଢ଼ିଚାଲିଛି। ଆଜି ଭାରତୀୟ ମୁଦ୍ରା 49 ପଇସା କମି 95.34 ଟଙ୍କା ପ୍ରତି ଡଲାରର ରେକର୍ଡ ନିମ୍ନ
ସ୍ତରରେ ପହଞ୍ଚିଛି। ପଶ୍ଚିମ ଏସିଆରେ ଚାଲୁଥିବା ସଂଘର୍ଷ, ଅଶୋଧିତ ତେଲର ଦର ବୃଦ୍ଧି,
ମାସର
ଶେଷ ଦିନ ଥିବାରୁ ଆମଦାନୀକାରୀମାନଙ୍କର ଡଲାର ଚାହିଦା ବଢ଼ିବା ଏବଂ ବିଦେଶୀ ନିବେଶକମାନେ
ଭାରତୀୟ ଶେୟାର ବଜାରରୁ ବିପୁଳ ପରିମାଣରେ ବିକ୍ରି କରି ଟଙ୍କା ଉଠାଇନେବା ଫଳରେ ଟଙ୍କା ଉପରେ
ଚାପ ବଢ଼ୁଛି।
ଏହି ଚାପର କାରଣରୁ ଇଣ୍ଟରବ୍ୟାଙ୍କ ଫରେନ୍ ଏକ୍ସଚେଞ୍ଜ ବଜାରରେ ଭାରତୀୟ ମୁଦ୍ରା ଆଜି
ପୁଣିଥରେ ଡଲାର ସମ୍ମୁଖୀନ ହୋଇ 95 ଟଙ୍କା ସ୍ତରରୁ ତଳକୁ ଖସିଯାଇଛି। 30 ମାର୍ଚ୍ଚ ପରେ ପ୍ରଥମଥର
ପାଇଁ ଭାରତୀୟ ମୁଦ୍ରାର ମୂଲ୍ୟ 95 ଟଙ୍କା ପ୍ରତି ଡଲାରରୁ ତଳକୁ ଖସିଛି । ସକାଳ 11ଟା
ପର୍ଯ୍ୟନ୍ତ ବ୍ୟବସାୟ ହେବା ପରେ ଭାରତୀୟ ମୁଦ୍ରା 45 ପଇସା କମି 95.30 ଟଙ୍କା ପ୍ରତି ଡଲାରରେ
ବ୍ୟବସାୟ କରୁଥିଲା। ଏହା ପୂର୍ବରୁ ପୂର୍ବତନ ବ୍ୟବସାୟ ଦିନ ବୁଧବାର ଭାରତୀୟ ମୁଦ୍ରା 94.85
ଟଙ୍କା ପ୍ରତି ଡଲାରରେ ବନ୍ଦ ହୋଇଥିଲା
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା