
ବାରାଣସୀ, ୩୦ ଅପ୍ରେଲ (ହି.ସ.)- ଜ୍ୟୋତିଷ୍ପୀଠାଧୀଶ୍ୱର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଗୋରଖପୁରରୁ ୮୧ ଦିନିଆ ଗବିଷ୍ଟି ଧର୍ମଯୁଦ୍ଧ ଯାତ୍ରା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏହି ଗସ୍ତ ପାଇଁ ସେ ମଇ ୨ ତାରିଖରେ କାଶୀରୁ ଗୋରଖପୁର ଅଭିମୁଖେ ପ୍ରସ୍ଥାନ କରିବେ । ଗୁରୁବାର ଦିନ କେଦାରଘାଟ ଠାରେ ଶ୍ରୀ ବିଦ୍ୟାମଠର ସଞ୍ଜୟ ପାଣ୍ଡେ ଏହି ସୂଚନା ଦେଇଛନ୍ତି । ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ବୁଧବାର କାଶୀ ଆସି ଭକ୍ତମାନଙ୍କୁ ଦର୍ଶନ ଏବଂ ଆଧ୍ୟାତ୍ମିକ ମାର୍ଗଦର୍ଶନ କରିଥିଲେ ବୋଲି ସେ କହିଛନ୍ତି । ଗୋରଖପୁର ଯିବା ପୂର୍ବରୁ ସେ କାଶୀରେ ରହିବେ । ସେ ସୂଚନା ଦେଇଛନ୍ତି ଯେ, ଆଜି ସନ୍ଧ୍ୟାରେ ଶ୍ରୀଗୁରୁକୁଲମ୍ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଗୌ ପ୍ରହରୀ ପ୍ରତିଯୋଗିତାର ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଶଙ୍କରାଚାର୍ଯ୍ୟ ଉପସ୍ଥିତ ରହିବେ ଏବଂ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିବେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ