ଓଡ଼ିଆ ପକ୍ଷର ଚତୁର୍ଥ ଦିବସ : ଓଡ଼ିଆରେ ନାମ ଫଳକ ଅଭିଯାନ ଆୟୋଜିତ
କେନ୍ଦୁଝର, ୦୪ ଏପ୍ରିଲ୍ (ହି.ସ.) - ଓଡ଼ିଆ ପକ୍ଷ-୨୦୨୬ର ଚତୁର୍ଥ ଦିବସରେ କେନ୍ଦୁଝରଠାରେ ଓଡ଼ିଆରେ ନାମ ଫଳକ ଅଭିଯାନ ଆୟୋଜିତ ହୋଇଛି । ଏହି କ୍ରମରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା ପଦଯାତ୍ରା ଆୟୋଜିତ କରି ଉକ୍ତ ଅଭିଯାନର ଶୁଭାରମ୍ଭ ହୋଇଛି । ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବଜାରରେ ପ
Odia falak dibas


କେନ୍ଦୁଝର, ୦୪ ଏପ୍ରିଲ୍ (ହି.ସ.) - ଓଡ଼ିଆ ପକ୍ଷ-୨୦୨୬ର ଚତୁର୍ଥ ଦିବସରେ କେନ୍ଦୁଝରଠାରେ ଓଡ଼ିଆରେ ନାମ ଫଳକ ଅଭିଯାନ ଆୟୋଜିତ ହୋଇଛି ।

ଏହି କ୍ରମରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା ପଦଯାତ୍ରା ଆୟୋଜିତ କରି ଉକ୍ତ ଅଭିଯାନର ଶୁଭାରମ୍ଭ ହୋଇଛି । ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବଜାରରେ ପଦଯାତ୍ରା ମାଧ୍ୟମରେ ଦୋକାନ ବଜାର, ଶିଳ୍ପ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ ବା ଜିଲ୍ଲାରେ ପ୍ରତିଷ୍ଠିତ ହୋଇଥିବା କୌଣସି ସଂସ୍ଥା ନିଜର ନାମଫଳକକୁ ଓଡ଼ିଆରେ ଲେଖିବା ପାଇଁ ପ୍ରଶାସନ ପକ୍ଷରୁ ସଂସ୍ଥାର ମାଲିକ, କର୍ତୃପକ୍ଷ ତଥା ଜନସାଧାରଣଙ୍କୁ ଓଡ଼ିଆରେ ନାମଫଳକ ଲେଖିବା ପାଇଁ ଉତ୍ସାହିତ କରାଯାଇଛି ।

ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଚେତନତା ପଦଯାତ୍ରାର ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାଏକ, ଅତିରିକ୍ତ ଶ୍ରମ ଅଧିକାରୀ ସୁଚିସ୍ମିତା ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଉପସ୍ଥିତ ଥିଲେ ।

ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନର ନାମ ଓଡ଼ିଆରେ ଲେଖା ନଥିଲା ସେହି ଦୋକାନର ମାଲିକ ମାନଙ୍କୁ ଓଡ଼ିଆରେ ଲେଖିବା ପାଇଁ ସଚେତନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande