ଓଡ଼ିଆ ପକ୍ଷ–୨୦୨୬ ପାଳନ ଅବସରରେ ଓଡ଼ିଆ ନାମଫଳକ ଅଭିଯାନ ସଚେତନତା ପଦଯାତ୍ରା
ନୂଆପଡ଼ା, ୦୪ ଏପ୍ରିଲ୍(ହି.ସ.) – “ଓଡ଼ିଆ ପକ୍ଷ–୨୦୨୬” ପାଳନ ଅବସରରେ ଆଜି ନୂଆପଡ଼ାରେ “ଓଡ଼ିଆ ନାମଫଳକ ଅଭିଯାନ” ସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି। ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁ ଜିଲ୍ଲାପାଳ କାର୍ଯ୍ୟାଳୟରୁ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରା ଏକତା ଛକ ପର୍ଯ୍ୟ
Odia pakshya awerness


ନୂଆପଡ଼ା, ୦୪ ଏପ୍ରିଲ୍(ହି.ସ.) – “ଓଡ଼ିଆ ପକ୍ଷ–୨୦୨୬” ପାଳନ ଅବସରରେ ଆଜି ନୂଆପଡ଼ାରେ “ଓଡ଼ିଆ ନାମଫଳକ ଅଭିଯାନ” ସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି। ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁ ଜିଲ୍ଲାପାଳ କାର୍ଯ୍ୟାଳୟରୁ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ।

ଏହି ପଦଯାତ୍ରା ଏକତା ଛକ ପର୍ଯ୍ୟନ୍ତ ଯାଇ ପୁନର୍ବାର ମୁଖ୍ୟାଳୟ ଠାରେ ଶେଷ ହୋଇଥିଲା। ପଦଯାତ୍ରା ସମୟରେ ପ୍ଲାକାର୍ଡ଼, ବ୍ୟାନର ଓ ସ୍ଲୋଗାନ ମାଧ୍ୟମରେ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ କରିବା ସହ ଦୈନନ୍ଦିନ ଜୀବନରେ ଓଡ଼ିଆ ଭାଷାର ବ୍ୟବହାର ବୃଦ୍ଧି ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଅବସରରେ ନିଜ ମାଟିର ଭାଷା ପ୍ରତି ଗର୍ବବୋଧ ସୃଷ୍ଟି କରିବା ସହ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାର ପାଇଁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଛି। ପଦଯାତ୍ରାରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ, ନୂଆପଡ଼ା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମଲାଲ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ସହ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଏହାସହିତ ଖରିଆର ରୋଡ଼ ଏନ୍ଏସି ଅଂଚଳରେ ମଧ୍ୟ ଏହିପରି ସଚେତନତା ରାଲି ଆୟୋଜିତ ହୋଇଥିଲା। ଏହି ରାଲିରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ, ପ୍ରଭାଗୀୟ ଶ୍ରମଆୟୁକ୍ତ ରବୀନ୍ଦ୍ର ବାର୍ଲା ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande