ଜିଲ୍ଲାର ସମସ୍ତ ଦୋକାନ ଓ ଅନୁଷ୍ଠାନ ର ସାଇନ ବୋର୍ଡ ଓଡିଆରେ ଲେଖା ହେବ
କେନ୍ଦ୍ରାପଡା, 04 ଏପ୍ରିଲ୍ (ହି.ସ.) କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଦୋକାନ ବଜାର ଓ ବିଭିନ୍ନ ଅନୁଷ୍ଠାନର ବୋର୍ଡ ଗୁଡିକ ଓଡିଆରେ ଲେଖିବା ପାଇଁ ଏକ ସଚେତନତା ରଥକୁ ଜିଲ୍ଲାପାଳ ରଘୁରାମ ଆର ଅୟାର ଶୁଭାରମ୍ଭ କରିଛନ୍ତି । ଓଡିଆ ପକ୍ଷ ପାଳନ ଅବସରରେ, ପ୍ରଭାଗୀୟ ଶ୍ରମ ଆୟୁକ୍ତ କାର୍ୟ୍ୟାଳୟ ଏବଂ ଜିଲ୍ଲା ପ
ଜିଲ୍ଲାର ସମସ୍ତ ଦୋକାନ ଓ ଅନୁଷ୍ଠାନ ର ସାଇନ ବୋର୍ଡ ଓଡିଆରେ ଲେଖା ହେବ


କେନ୍ଦ୍ରାପଡା, 04 ଏପ୍ରିଲ୍ (ହି.ସ.) କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଦୋକାନ ବଜାର ଓ ବିଭିନ୍ନ ଅନୁଷ୍ଠାନର ବୋର୍ଡ ଗୁଡିକ ଓଡିଆରେ ଲେଖିବା ପାଇଁ ଏକ ସଚେତନତା ରଥକୁ ଜିଲ୍ଲାପାଳ ରଘୁରାମ ଆର ଅୟାର ଶୁଭାରମ୍ଭ କରିଛନ୍ତି । ଓଡିଆ ପକ୍ଷ ପାଳନ ଅବସରରେ, ପ୍ରଭାଗୀୟ ଶ୍ରମ ଆୟୁକ୍ତ କାର୍ୟ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନ କେନ୍ଦ୍ରାପଡ଼ାଙ୍କ ଯୁଗ୍ମ ପ୍ରୟାସରେ “ଓଡିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ, ୧୯୫୬” ଅନୁଯାୟୀ ସମସ୍ତ ଦୋକାନ, ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନରେ ଓଡିଆ ଭାଷାରେ ନାମ ଫଳକ ଲେଖିବା ପାଇଁ ଏକ ବ୍ୟାପକ ସଚେତନତା ପଦଯାତ୍ରା ଓ ସଚେତନତା ରଥ ଆୟୋଜିତ ହୋଇଥିଲା।ଏହି କାର୍ୟ୍ୟକ୍ରମକୁ ଜିଲ୍ଲାପାଳ କେନ୍ଦ୍ରାପଡ଼ା ଶ୍ରୀ ରଘୁରାମ ଆର. ଆୟର, ପତାକା ଦେଖାଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପ୍ରାଙ୍ଗଣରୁ ପୂର୍ବାହ୍ଣ ୧୦ଟାରେ ଶୁଭାରମ୍ଭ କରିଥିଲେ। ପଦଯାତ୍ରାଟି ନୂଆ ବସଷ୍ଟାଣ୍ଡ କେନ୍ଦ୍ରାପଡ଼ା ପର୍ୟ୍ୟନ୍ତ ଗତି କରିଥିଲା ଏବଂ ପରବର୍ତ୍ତୀତ ଅପରାହ୍ଣରେ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଅଞ୍ଚଳରେ ମଧ୍ୟ ସଚେତନତା କାର୍ୟ୍ୟକ୍ରମକୁ ପରିବ୍ୟାପ୍ତ କରାଯାଇଥିଲା।ଏହି ସଚେତନତା ଅଭିଯାନ ମାଧ୍ୟମରେ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନର ମାଲିକମାନଙ୍କୁ ତାଙ୍କ ସଂସ୍ଥାର ନାମ ଫଳକ ସ୍ପଷ୍ଟ ଓଡିଆ ଭାଷାରେ ଲେଖିବା ପାଇଁ ସଚେତନ କରାଯାଇଥିଲା।ଏହି ପଦଯାତ୍ରାରେ ଜିଲ୍ଲା ଲୋକନାଥ ପାଣିଗ୍ରାହୀ,ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତମ ସାହୁ, ଜିଲ୍ଲା ଶ୍ରମ ଅଧିକାରୀ ଅନନ୍ତ ପଦନଭ ମହମନସିଂ ଏବଂ କାର୍ୟ୍ୟାଳୟର କର୍ମକର୍ତ୍ତାମାନେ, ବିଭିନ୍ନ ଟ୍ରେଡ୍ ୟୁନିଅନର ପ୍ରତିନିଧିମାନେ, ପ୍ରଭାଗୀୟ ଶ୍ରମ ଆୟୁକ୍ତ କାର୍ୟ୍ୟାଳୟ ଓ ଜିଲ୍ଲା ଶ୍ରମ ଅଧିକାରୀ କେନ୍ଦ୍ରାପଡ଼ାଙ୍କ କର୍ମଚାରୀବୃନ୍ଦ, ବାଣିଜ୍ୟ ପ୍ରତିଷ୍ଠାନଙ୍କ ପ୍ରତିନିଧି, ସ୍ୱେଚ୍ଛାସେବୀ ସଂଗଠନ ଓ ମିଡିଆ ପ୍ରତିନିଧିମାନେ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସଫଳ କରିଥିଲେ।ଏହାସହିତ, ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଶ୍ରମ ଅଧିକାରୀମାନେ ଏକ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ନିରୀକ୍ଷଣ କରିବେ ଏବଂ ସମସ୍ତ ପ୍ରତିଷ୍ଠାନରେ ଓଡିଆ ଭାଷାରେ ନାମ ଫଳକ ଲେଖା ନ ଥିଲେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରଦାନ କରାଯିବ। ଏଥିରେ ଅନୁସରଣ ନ କରିଲେ “ଓଡିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ, ୧୯୫୬” ଅନୁଯାୟୀ ପ୍ରାସଙ୍ଗିକ ଆଇନୁଚିତ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବଗତ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande