
ଭୁବନେଶ୍ୱର, 04 ଏପ୍ରିଲ୍ (ହି.ସ.)- ରୂପେଲି ପରଦାରେ ଦର୍ଶକ ଦେଖିବେ ହସ୍ତତନ୍ତ ଓ
ବୁଣାକାରଙ୍କ ଜୀବନଚର୍ଯ୍ୟା ଓ ସଂଘର୍ଷର କାହାଣୀ। ରିଲିଜ୍ ହେଲା ଚଳଚ୍ଚିତ୍ର ମେହେରମୁଣ୍ଡାର
ଟିଜର। ମେ ୧୫ ତାରିଖରେ ରିଲିଜ୍ ହେବ ଚଳଚ୍ଚିତ୍ର। ଜାତୀୟ ହସ୍ତତନ୍ତ ଶିଳ୍ପ ଦିବସ ଅବସରରେ
ଚଳଚ୍ଚିତ୍ର ମେହେରମୁଣ୍ଡାର ଟ୍ରେଲର ଉନ୍ମୋଚିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ ଆଉ ଏହି
ଟ୍ରେଲରକୁ ବଲିଉଡ୍ ତାରକା ମାଧୁରୀ ଦୀକ୍ଷିତ ଦେଖିବା ସହ ମୁଖ୍ୟମନ୍ତ୍ରୀ ଏହି ଚଳଚ୍ଚିତ୍ରର
ଭୂୟସୀ ପ୍ରଶଂସା କରିଥିଲେ । ଆଉ ଏବେ ଟିଜର ଆସିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମ ପାଇଁ
ଉତ୍କଷ୍ଟା ବଢ଼ିଛି।
ଏହି ଚଳଚ୍ଚିତ୍ରର କାହାଣୀ ଦର୍ଶାଉଛି ଲୁଗା ବୁଣିବା କାରିଗରଙ୍କର
କେବଳ ପେସା ନୁହେଁ, ଏହା ସେମାନଙ୍କର
ସ୍ବାଭିମାନ ଓ ପରିଚୟ। ଜଣେ ବୁଣାକାର ବଞ୍ଚିବା ପାଇଁ ସାରା ଜୀବନ ଅନେକ ସଂଘର୍ଷ କରିଥାଏ। ତଥାପି
ସେ ସେ ଉପଯୁକ୍ତ ପ୍ରାପ୍ୟ ପାଉଛି କି ନାହିଁ, ସରକାରୀ ଅନୁଦାନ, ପ୍ରୋତ୍ସାହନ ତାକୁ ମିଳୁ ମିଳୁଛି କି ନାହିଁ - ଏ ସବୁର
ଉତ୍ତର ହିଁ ଏ ଫିଲ୍ମର କଥାବସ୍ତୁ। ଏହି ସୁନ୍ଦର ମୌଳିକ କାହାଣୀରେ ନାୟକ ଭାବେ ଅଭିନୟ କରିଛନ୍ତି
ଜ୍ୟୋତି ରଞ୍ଜନ । ତାଙ୍କ ବିପକ୍ଷରେ ଅଭିନେତ୍ରୀ ଭାବେ ନଜର ଆସିବେ ଅର୍ଲିନ ଅଙ୍କିତା ।
ଅନ୍ୟାନ୍ୟ ଚରିତ୍ରରେ ରହିଛନ୍ତି ରାକେଶ, ସୁଶାନ୍ତ ଦାସ
ମହାପାତ୍ର ଓ ସନ୍ତୁ ନିଜେ।ଜି ଆର୍ ରେକର୍ଡ ବ୍ୟାନରରେ ନିର୍ମାଣ ଚାଲିଥିବା ଏହି ସିନେମାର
ପ୍ରଯୋଜକ ରାକେଶ ପାଢ଼ୀ ଓ ଜ୍ଞାନରଞ୍ଜନ ବେହେରା। ଫିଲ୍ମର କାହାଣୀ, ସ୍କ୍ରିନ୍ପ୍ଲେ, ସଂଳାପ ଲେଖିବା ସହ
ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ନିକୁଞ୍ଜ ହୋତା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା