ମୃଦୁ ପାନୀୟ ସହିତ ଆସୁଥିବା ୩୭୫୦ ବୋତଲ କଫ ସିରଫ ଜବତ : ୨ ଗିରଫ
ସୁବର୍ଣ୍ଣପୁର, ୬ ଅପ୍ରେଲ (ହି.ସ.)- ଭୁବନେଶ୍ଵରରୁ ବଲାଙ୍ଗିର ଜିଲ୍ଲାକୁ ଅଭିନବ ଉପାୟରେ ହେଉଥିଲା ବିପୁଳ ପରିମାଣର କଫ ସିରଫ ଚୋରା ଚାଲାଣ । କୌଣସି ସୂତ୍ରରୁ ସୂଚନା ପାଇ ସୁବର୍ଣ୍ଣପୁର ପୋଲିସ ତତ୍ପର ହୋଇ ଉଠିଥିଲା । ଏସପି ନାରାୟଣ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏଡିସିନାଲ ଏସପି କେ.କେ. ହରିପ୍ରସାଦ,
ମୃଦୁ ପାନୀୟ ସହିତ ଆସୁଥିବା ୩୭୫୦ ବୋତଲ କଫ ସିରଫ ଜବତ : ୨ ଗିରଫ


ସୁବର୍ଣ୍ଣପୁର, ୬ ଅପ୍ରେଲ (ହି.ସ.)-

ଭୁବନେଶ୍ଵରରୁ ବଲାଙ୍ଗିର ଜିଲ୍ଲାକୁ ଅଭିନବ ଉପାୟରେ ହେଉଥିଲା ବିପୁଳ ପରିମାଣର କଫ ସିରଫ ଚୋରା ଚାଲାଣ । କୌଣସି ସୂତ୍ରରୁ ସୂଚନା ପାଇ ସୁବର୍ଣ୍ଣପୁର ପୋଲିସ ତତ୍ପର ହୋଇ ଉଠିଥିଲା । ଏସପି ନାରାୟଣ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏଡିସିନାଲ ଏସପି କେ.କେ. ହରିପ୍ରସାଦ, ସୋନପୁର ଆଇଆଇସି ଯାଦବ ବାଗଙ୍କ ନେତୃତ୍ୱରେ ପୋଲିସ ଟିମ୍ ସୋନପୁର ସହରର ବ୍ଲକ ଛକ ନିକଟରେ ଥିବା ଡେଲି ମାର୍କେଟ ଆଗରେ ଛକି ରହିଥିଲେ । ଭୁବନେଶ୍ଵର ପଟୁ ଏକ ପିକଅପ ଭ୍ୟାନ ନଂ ଓଡି୦୩ଏଇ- ୦୧୫୪ରେ ବିପୁଳ ମୃଦୁ ପାନୀୟ ବୋଝେଇ ହୋଇ ଆସୁଥିବା ଦେଖିବାକୁ ପାଇଥିଲେ । ସନ୍ଦେହରେ ଗାଡିକୁ ଅଟକାଇ ଯାଞ୍ଚ କରିବାରୁ ଗାଡ଼ିରେ ଅଭିନବ ଉପାୟରେ ଉପରେ ମୃଦୁ ପାନୀୟ ବୋଝେଇ ହୋଇ ଥିବାବେଳେ ଭିତରେ ୨୫ ଗୋଟି ବଡ଼ ପେଟି ଥିବା ଦେଖିବାକୁ ପାଇଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପେଟି ଖୋଲି ଯାଞ୍ଚ କରାଯିବାରୁ ବଡପେଟି ଭିତରୁ ୧୫୦ ଗୋଟି ଛୋଟ ପେଟିରୁ ପ୍ରାୟ ୩୭୫୦ ବୋତଲ କଫ ସିରଫ ବାହାରିଥିଲା । ଯାହାର ବଜାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ । ଗାଡିରେ ଥିବା ବଲାଙ୍ଗିର ସହରର ଦୁଇ ଅଭିଯୁକ୍ତ ନିଖିଲ ଅଦାବର (୨୨) ଓ ଶିବା ବାଘ (୨୪) ଉଭୟଙ୍କୁ ପୋଲିସ ଗିରଫ କରିବା ସହ ଗାଡିକୁ ମଧ୍ୟ ଜବତ କରିଛି ପୋଲିସ । ଏହି କଫ ସିରଫ ସେମାନେ ଭୁବନେଶ୍ୱରରୁ ବଲାଙ୍ଗିର ଜିଲ୍ଲାକୁ ନେଉଥିବା ସୂଚନା ଦେଇଛନ୍ତି । ସେପଟେ ଏହାକୁ ନିଶା ଭାବରେ ବ୍ୟବହାର କରି ଯୁବ ସମାଜ ପଥଭ୍ରଷ୍ଟ ହେଉଥିବା ବେଳେ ଏଭଳି କାର୍ଯ୍ୟlନୁଷ୍ଠାନ ପାଇଁ ସୋନପୁର ପୋଲିସକୁ ଜନସାଧାରଣରେ ପ୍ରଶଂସା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande