
ଗଂଜାମ, 06 ଏପ୍ରିଲ୍ (ହି.ସ.) ବହ୍ମପୁର ନିକଟସ୍ଥ ଅଂକୁଶ ପୁର ରାସ୍ତାରୁ ଗୋଟିଏ କାର ଜବତ କରିଛି ଅବକାରୀ ପୁଲିସ୍ । କାର ମଧ୍ୟରୁ ତିନୋଟି ବସ୍ଥାରେ ଥିବା 60 କେଜି ଗଂଜେଇ ମଧ୍ୟ ଜବତ କରିଛି । ପୁଲିସକୁ ଦେଖି କାର ଚାଳକ ଓ ଗଂଜେଇ ବ୍ୟବସାୟୀ କାର ଛାଡି ଦୌଡି ପଳାଇଥିଲେ। ଏନେଇ କେସ ନମ୍ବର 11/26ରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି । ଗଂଜେଇ ଚାଲାଣକାରୀମାନେ ବାଲିଗୁଡା ଅଂଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ