ରଙ୍ଗାରଙ୍ଗ ପରିବେଶରେ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ
ରଙ୍ଗାରଙ୍ଗ ପରିବେଶରେ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ
ରଙ୍ଗାରଙ୍ଗ ପରିବେଶରେ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ


ରଙ୍ଗାରଙ୍ଗ ପରିବେଶରେ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ


ସମ୍ବଲପୁର,୦୬, ଏପ୍ରିଲ୍ (ହି.ସ.)

ଆଜି ଠାରୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମୟୁ)ପକ୍ଷରୁ “ଓଡିଶା ଆନ୍ତଃ ବିଶ୍ୱବିଦ୍ୟାଳୟ ଦୌଡକୁଦ ପ୍ରତିଯୋଗିତା ୨୦୨୫–୨୦୨୬” ଉତ୍ସାହ ଓ ଗରିମାମୟ ପରିବେଶରେ ଆରମ୍ଭ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭିସୁଟର କୁଳପତି ପ୍ର. ଦୀପକ କୁମାର ସାହୁ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ। ସେ କ୍ରୀଡା, ଶାରୀରିକ ଓ ମାନସିକ ସ୍ତରରେ ବିକାଶ ଆଣିଥାଏ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଓଲିମ୍ପିଆନ ଦୁତି ଚାନ୍ଦଙ୍କ ଉପସ୍ଥିତି ଏବଂ ତାଙ୍କର ବାଲ୍ୟକାଳ ସ୍ମୃତି ବର୍ଣ୍ଣନା କରି ପ୍ରତିକୂଳ ପରିସ୍ଥିତିରେ ଆଗକୁ ଯାଇ କିଭଳି ସଫଳତା ପାଇହେବ ତାହା ଖେଳାଳି ମାନଙ୍କୁ ପ୍ରେରଣା ଦେଇଥିଲେ । ଜିଏମୟୁ ର କୁଳପତି ପ୍ର. ସୁଶାନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତା କରିଥିଲେ। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ୪ ଟି ବିଶ୍ଵବିଦ୍ୟାଳୟର ତିନି ଶହ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ୧୮ ଟି ଦୌଡକୁଦ ସ୍ପର୍ଦ୍ଧ। ରେ ଅଂଶ ଗ୍ରହଣ କରିବେ।

ଭି.ଏସ.ଏସ୍ ଷ୍ଟାଡିଅମ ଓ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ। ଦୁତି ଚାନ୍ଦଙ୍କ କ୍ରୀଡ଼ା ପ୍ରଶିକ୍ଷକ ଶିବ ଦାସ, ଜିଏମୟୁ କ୍ରୀଡା ପରିଷଦର ନିର୍ଦ୍ଦେଶକ ପ୍ର. ନମିତା ଷଡ଼ଙ୍ଗୀ, ପିଜିସି ର ଅଧ୍ୟକ୍ଷ ପ୍ର. ଜ୍ଞାନ ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ଭି ଏସ ଏସ ଷ୍ଟାଡିୟମ ପରିସରରେ ମହା ଆଡମ୍ବର ସହିତ ଅନୁଷ୍ଠିତ ହେବ ବୋଲି ଜନ ସମ୍ପର୍କ ଅଧିକାରୀ ପ୍ର. ଅତୁଳ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande