ବେଆଇନ ବିସ୍ଥାପନ ବନ୍ଦ ଦାବିରେ ସିପିଆଇ ପକ୍ଷରୁ ରାଜ୍ୟସ୍ତରୀୟ ଗଣଧାରଣା
ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ଓଡ଼ିଶାରେ ଶିଳ୍ପାୟନ ଓ ତଥାକଥିତ ବିକାଶ ନାମରେ ସଂଖ୍ୟାଗରିଷ୍ଠ ଜନଗଣଙ୍କ ଜୀବନ ଓ ଜୀବିକା ବିପନ୍ନ କରାଇ ବେଆଇନ ବିସ୍ଥାପନ କରାଉଛନ୍ତି ସରକାର। ରାହୁ ପୁଞ୍ଜିପତିଙ୍କ ଦ୍ୱାରା ପ୍ରାକୃତିକ ଓ ଖଣିଜ ସମ୍ପଦ ଲୁଣ୍ଠନର ସାହାଣ ମେଲା କରିଥିବାବେଳେ ରାଜ୍ୟର ପ୍ରାକୃତିକ ପରିବେ
shy


ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ଓଡ଼ିଶାରେ ଶିଳ୍ପାୟନ ଓ ତଥାକଥିତ ବିକାଶ ନାମରେ ସଂଖ୍ୟାଗରିଷ୍ଠ ଜନଗଣଙ୍କ ଜୀବନ ଓ ଜୀବିକା ବିପନ୍ନ କରାଇ ବେଆଇନ ବିସ୍ଥାପନ କରାଉଛନ୍ତି ସରକାର। ରାହୁ ପୁଞ୍ଜିପତିଙ୍କ ଦ୍ୱାରା ପ୍ରାକୃତିକ ଓ ଖଣିଜ ସମ୍ପଦ ଲୁଣ୍ଠନର ସାହାଣ ମେଲା କରିଥିବାବେଳେ ରାଜ୍ୟର ପ୍ରାକୃତିକ ପରିବେଶ ଧ୍ୱଂସ କରି ରାଜ୍ୟକୁ ମରଣ ଯନ୍ତାରେ ପରିଣତ କରିଛନ୍ତି ସରକାର। ଏହା ବିରୋଧରେ ରାଜ୍ୟର ଜନଗଣଙ୍କ ଜୀବନ, ଜୀବିକା, ପ୍ରାକୃତିକ ସମ୍ପଦ ଓ ପରିବେଶ ସୁରକ୍ଷା ଦାବିରେ ସୋମବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ସୁନ୍ଦରଗଡ଼, ଅବିଭାଜିତ ସମ୍ବଲପୁରର ହୀରାକୁଦ ଓ ଅନ୍ୟାନ୍ୟ ବିସ୍ଥାପିତ, କଳାହାଣ୍ଡିର ନିୟମଗିରି ଓ ସିଜିମାଳି, କେନ୍ଦ୍ରାପଡ଼ାର ମହାକାଳପଡ଼ା ଓ ବାଲେଶ୍ୱର ଜିଲ୍ଲାର ନୀଳଗିରିର କୁଳଡିହା ଇକୋ ସେନ୍ସିଟିଭ ଜୋନ ନାମରେ ବିପନ୍ନ ଜୀବନ ଜୀବିକାକୁ ନେଇ ରାଜ୍ୟସ୍ତରୀୟ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ଏହି ଗଣଧାରଣାରେ ସିପିଆଇ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ସରକାରଙ୍କ ଆଦିବାସୀ ଓ ଦଳିତଙ୍କୁ ଭିଟାମାଟିରୁ ହଟାଇବା ଷଡ଼ଯନ୍ତ୍ର କରିଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ ଓ ମୋଦି ସରକାର କ୍ଷମତାରେ ବସିବାଠାରୁ ଏ ପର୍ଯ୍ୟନ୍ତ କେବଳ ଓଡ଼ିଶାକୁ ଲୁଣ୍ଠନ କରିଛନ୍ତି ବୋଲି ମତ ପ୍ରକାଶ କରିବା ସହ ଏହାର ପ୍ରତିବାଦ ପାଇଁ ଏହି ଗଣଧାରଣା ଅନୁଷ୍ଠିତ ହୋଇଥିବା ସୂଚାଇଥିଲେ। ଏହି ଗଣଧାରଣାରେ ଗୋପାଳପୁର ଟାଟା ଷ୍ଟିଲ ଭୂମି ଅଧିଗ୍ରହଣ ବିରୋଧୀ ଗଣ ସଂଗ୍ରାମ ସମିତିର ଅଧ୍ୟକ୍ଷ ତଥା ସିପିଆଇର ପୂର୍ବତନ ବିଧାୟକ ଏନ. ନାରାୟଣ ରେଡି, ରାଜ୍ୟ ସହସମ୍ପାଦକ ଜୟନ୍ତ ଦାସ, ସିପିଆଇ ନେତା ଦାମୋଦର ବେହେରା, ରମଣୀରଞ୍ଜନ ରାଉତରାୟ, ନୀଳଗିରି କୃଷକ ମଞ୍ଚର ନିରଞ୍ଜନ ବାରିକ, ରାମଚଣ୍ଡୀ କୃଷକ ସଭାର ଧିରେନ୍ଦ୍ର ସାମଲ, ହରେକୃଷ୍ଣ ମାଝୀ, ଅଖିଳ ଭାରତ କୃଷକ ସଭାର ରାଜ୍ୟ ସଭାପତି ଶଶୀଭୂଷଣ ସ୍ୱାଇଁ, ଅଖିଳ ଭାରତ ଆଦିବାସୀ ମହାସଭାର ହଳଧର ପୂଜାରୀ, ସୁନ୍ଦରଗଡ଼ ବିସ୍ଥାପନ ଆନ୍ଦୋଳନର ତଥା ସିପିଆଇ ନେତା ରାଜେନ୍ଦ୍ର ନାଏକ, ଭାରତୀୟ କ୍ଷେତ ମଜଦୁର ୟୁନିୟନ ରାଜ୍ୟ ସମ୍ପାଦକ ସୁର ଜେନା, ସାରଙ୍ଗଧର ମିଶ୍ର, ମିତ୍ରଭାନୁ ପୋଢ଼, ପ୍ରମୋଦ ଚନ୍ଦ୍ର ସ୍ୱାଇଁ, ସୁବାସ ମହାପାତ୍ର, ପ୍ରଶାନ୍ତ ପାଇକରାୟ ପ୍ରମୁଖ ଉଦ୍ବୋଧନ ଦେଇ ତୁରନ୍ତ ରାଜ୍ୟ ସରକାର ବିସ୍ଥାପନ ଦ୍ୱାରା ଉତ୍ଖାତ ହେଉଥିବା ଜନଗଣଙ୍କ ଦାବିକୁ ଗ୍ରହଣ କରିବାକୁ ଆହ୍ୱାନ ଜଣାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande