
କଚ୍ଚାର(ଆସାମ), ୦୬ ଏପ୍ରିଲ୍(ହି.ସ.) – କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ଲୋକସଭା ସାଂସଦ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ସୋମବାର ଦିନ ସିଲଚରର ବରଖୋଲାରେ ଆୟୋଜିତ ଏକ ବିଶାଳ ନିର୍ବାଚନ ଜନସଭାରେ ପହଂଚିଥିଲେ, ଯେଉଁଠାରେ ସେ କଂଗ୍ରେସ ଆଶାୟୀ ଅଭିଜିତ ପାଲଙ୍କ ସମର୍ଥନରେ ପ୍ରଚାର କରିଥିଲେ। ଏହି ଅବସରରେ ସେ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉଲ୍ଲେଖ କରି କହିଛନ୍ତି ଯେ ସେ କେବେ ଆସାମକୁ ଶାନ୍ତିର ଦ୍ୱୀପ କହିଥିଲେ।
ଜନସଭାକୁ ସମ୍ବୋଧିତ କରି ମଲ୍ଲିକାର୍ଜ୍ଜୁନ ଖଡ଼ଗେ କହିଛନ୍ତି ଯେ ବର୍ତମାନ ସମୟରେ ଆସାମର ପରିସ୍ଥିତି ବଦଳିଯାଇଛି। ସେ ଅଭିଯୋଗ କରିଛନ୍ତି ଯେ ଗତ ୧୦ ବର୍ଷରୁ ବରାକ ଘାଟିକୁ ଅଣଦେଖା କରାଯାଉଛି ଏବଂ ଅଂଚଳର ବିକାଶରେ ପଛରେ ପଡ଼ିଯାଇଛି।
ସେ କହିଛନ୍ତି ଯେ ସିଲଚର ଫ୍ଲାଇଓଭରର ନିର୍ମାଣ କାର୍ଯ୍ୟ ଏବେ ପର୍ଯ୍ୟନ୍ତ ଅଧାରେ ରହିଛି, ଅନ୍ୟପକ୍ଷରେ ନାରାପୁର ଏଲିୱେଟେଡ କରିଡୋରର କାମ ମଧ୍ୟ ଠପ ହୋଇଯାଇଛି। ଏହି ପରିଯୋଜନାର ଅଧା ରହିବାରୁ ଛାତ୍ର, କର୍ମଚାରୀ ଏବଂ ରୋଗୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।
ଖଡ଼ଗେ ଆଖପାଖ ଅଂଚଳରେ ସବୁବର୍ଷ ଆସୁଥିବା ବନ୍ୟା ସମସ୍ୟା ମଧ୍ୟ ଉଠାଇଥିଲେ। ସେ କହିଛନ୍ତି ଯେ ବନ୍ୟା କାରଣରୁ ଲୋକଙ୍କ ଘର ଧୋଇହୋଇଯାଏ ଏବଂ ଫସଲ ନଷ୍ଟ ହୋଇଯାଏ, କିନ୍ତୁ ଏହାର ସ୍ଥାୟୀ ସମାଧାନ ପାଇଁ ସରକାର କୌଣସି ମଜବୁତ ପଦକ୍ଷେପ ଉଠାଇ ନାହାନ୍ତି।
ନିଜର ସମ୍ବୋଧନ ଶେଷରେ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ମତଦାତାଙ୍କୁ ସିଲଚରରେ କଂଗ୍ରେସ ପ୍ରାର୍ଥୀ ଅଭିଜିତ୍ ପାଳଙ୍କୁ ବିଜୟୀ କରିବାକୁ ଅପିଲ୍ କରିଛନ୍ତି ଏବଂ ଅଂଚଳରେ ପରିବର୍ତନର ଆବଶ୍ୟକତା ଉପରେ ଜୋର୍ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି