ଆଜାଦନଗର ବିସ୍ଫୋରଣ ଘଟଣା : ଅପରାଧିକ ଲିଙ୍କ ୍ ଓ ଆତଙ୍କି ହମଲାର ତଦନ୍ତ କରିବ ଏନଆଇଏ
ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ରାଜଧାନୀ ଆଜାଦନଗର ବିସ୍ଫୋରଣ ଘଟଣାରେ ଅପରାଧିକ ଲିଙ୍କ ଓ ଆତଙ୍କି ହମଲା ସମ୍ପର୍କିତ ତଦନ୍ତ କରିବ ଏନଆଇଏ । ଗତ ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦ ନଗରରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଓରଫ ମଫି ଓ ତା'' ମା''ଙ୍କର ଚିକିତ
NIA CONDUCTS RAIDS PFI CENTERS


ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ରାଜଧାନୀ ଆଜାଦନଗର ବିସ୍ଫୋରଣ ଘଟଣାରେ ଅପରାଧିକ ଲିଙ୍କ ଓ ଆତଙ୍କି ହମଲା ସମ୍ପର୍କିତ ତଦନ୍ତ କରିବ ଏନଆଇଏ । ଗତ ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦ ନଗରରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଓରଫ ମଫି ଓ ତା' ମା'ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏନଆଇଏ ଏ ନେଇ କେସ ନମ୍ବର ୧ / ୨୦୨୬ ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତର ପୂର୍ଣ୍ଣ ଭାର କମିଶନରେଟ ପୋଲିସ ଠାରୁ ହାତକୁ ନେଇଛି । ଏହି ତଦନ୍ତ ପ୍ରକ୍ରିୟା ବେଳେ ଜବତ ହୋଇଥିବା ବିସ୍ଫୋରକ ଆରଡିଏକ୍ସର ବ୍ୟବହାର, ମଫି ର ଆନ୍ତଃରାଜ୍ୟ ଲିଙ୍କ, ପୂର୍ବର ଅପରାଧିକ ମାମଲା ସମ୍ପର୍କରେ ଅଧିକ ଖୋଳତାଡ଼ ହୋଇପାରେ । ଠିକ ସେହିପରି ଏତେ ପରିମାଣର ଆରଡିଏକ୍ସ କେଉଁଠାରେ ବ୍ୟବହାର ହୋଇଥାନ୍ତା ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ଏକାଧିକ ଲୋକଙ୍କୁ ପଚରାଉଚରା ଜାରି ରଖିଛି ଏନଆଇଏ । ଏପରିକି ମୁଖ୍ୟ ଅଭିଯୁକ୍ତ ତଥା ମୃତ ମଫିର ଗାର୍ଲଫ୍ରେଣ୍ଡ କୁ ଅଧିକ ପଚରାଉଚରା କରୁଛି ଏନଆଇଏ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande