ବିନା ପ୍ରସ୍ତୁତିରେ ୫ କେଜି ସିଲିଣ୍ଡର ବନ୍ଦ ନେଇ ସ୍ପଷ୍ଟ କରନ୍ତୁ ସରକାର - ବିଜେଡି
ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ୫କେଜି ସିଲିଣ୍ଡର ବନ୍ଦ ନିଷ୍ପତି ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି କହିଛନ୍ତି ଗତକାଲି ସରକାର ନିଷ୍ପତି ନେଲେ ଯେ ୫କେଜି ସିଲିଣ୍ଡର ଆଉ ମିଳିବ ନାହିଁ। ଯିଏ ଯଦି ବ୍ୟାପାର କରେ, ଆକ୍ସନ ନିଆଯିବ। ଏ ଯେଉଁ ଛୋଟ ସିଲିଣ୍ଡର
ବିନା ପ୍ରସ୍ତୁତିରେ ୫ କେଜି ସିଲିଣ୍ଡର ବନ୍ଦ ନେଇ ସ୍ପଷ୍ଟ କରନ୍ତୁ ସରକାର - ବିଜେଡି


ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ୫କେଜି ସିଲିଣ୍ଡର ବନ୍ଦ ନିଷ୍ପତି ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି କହିଛନ୍ତି ଗତକାଲି ସରକାର ନିଷ୍ପତି ନେଲେ ଯେ ୫କେଜି ସିଲିଣ୍ଡର ଆଉ ମିଳିବ ନାହିଁ। ଯିଏ ଯଦି ବ୍ୟାପାର କରେ, ଆକ୍ସନ ନିଆଯିବ। ଏ ଯେଉଁ ଛୋଟ ସିଲିଣ୍ଡର ବ୍ୟବହାର କିଏ କରନ୍ତି? ଛାତ୍ରଛାତ୍ରୀ, ଶ୍ରମିକ, ଛୋଟ ପରିବାର ଏହାକୁ ବ୍ୟବହାର କରନ୍ତି। ସରକାର ବଡ଼ ବଡ଼ କଥା କହୁଛନ୍ତି। ଅଧିକ ବୁକିଂ ପାଇଁ ଡେରି ହେବା କଥା କହୁଛନ୍ତି। ହେଲେ ଏଲପିଜି ବଜାରରେ ନାହିଁ। ଦାମ ବଢୁଥିବାରୁ ବାହାରେ ଆଉ ଲୋକ ଖାଇ ପାରୁ ନାହାନ୍ତି। କାହିଁକି ବିନା ପ୍ରସ୍ତୁତିରେ ୫ କେଜି ସିଲିଣ୍ଡର ବନ୍ଦ ହେଲା, ଏହା ସ୍ପଷ୍ଟ କରନ୍ତୁ ସରକାର। ଦୋହରା ସରକାର ଏବେ କହୁଛନ୍ତି ଯେ ଛାତ୍ରଛାତ୍ରୀ ଇଛା କାର୍ଡ ଦେଖାଇ ସିଲିଣ୍ଡର ପାଇବେ। ସେପଟେ ବେଳାଭୂମିରେ ନୀଳଚକ୍ର ବାନା ଦେଖି ବିଚ ଶାକ ଖୋଲିବେ। ଏ କି ଚଂଚକତା? ପିୟୁସିସି ପାଇଁ ଲୋକଙ୍କୁ ରାତି ସାରା ଲାଇନରେ ଲଗାଇଲେ. ଓକିଲ ଲଗାଇ ଲୋକଙ୍କ ସୁବିଧା ବନ୍ଦ କରାଇଲେ ବୋଲି କହିଛନ୍ତି ଶ୍ରୀ ମହାନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande