ଏସଡିସି କାର୍ଯ୍ୟକ୍ଷମ ଓ ସ୍ୱତନ୍ତ୍ର ଫୋକସ ଷ୍ଟେଟ ନେଇ ମୁଖ୍ୟମନ୍ତ୍ରୀ ଧ୍ୟାନ ଦିଅନ୍ତୁ - ବିଜେଡି
ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ଆଦିବାସୀ ମୁଖ୍ୟମନ୍ତ୍ରୀ , ଆଦିବାସୀ ରାଷ୍ଟ୍ରପତି , ଆମେ ଗର୍ବିତ ହେଲୁ। ନବୀନ ପଟ୍ଟନାୟକ ଏସଡିସି ଜରିଆରେ ୧୩ ଆଦିବାସୀ ଜିଲ୍ଲାର ବିକାଶ କରିଥିଲେ। ହେଲେ ଦୁଇ ବର୍ଷ ହେଲାଣି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ପାରିଲେନି ବିଜେପି ସରକାର। କେଉଁ ଅସୁବିଧା ପାଇଁ ଦୁ
ଏସଡିସି କାର୍ଯ୍ୟକ୍ଷମ ଓ ସ୍ୱତନ୍ତ୍ର ଫୋକସ ଷ୍ଟେଟ ନେଇ ମୁଖ୍ୟମନ୍ତ୍ରୀ ଧ୍ୟାନ ଦିଅନ୍ତୁ - ବିଜେଡି


ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ଆଦିବାସୀ ମୁଖ୍ୟମନ୍ତ୍ରୀ , ଆଦିବାସୀ ରାଷ୍ଟ୍ରପତି , ଆମେ ଗର୍ବିତ ହେଲୁ। ନବୀନ ପଟ୍ଟନାୟକ ଏସଡିସି ଜରିଆରେ ୧୩ ଆଦିବାସୀ ଜିଲ୍ଲାର ବିକାଶ କରିଥିଲେ। ହେଲେ ଦୁଇ ବର୍ଷ ହେଲାଣି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ପାରିଲେନି ବିଜେପି ସରକାର। କେଉଁ ଅସୁବିଧା ପାଇଁ ଦୁଇ ବର୍ଷ ଗଡ଼ାଇ ଆଜି ଏସଡିସି ଚୟନ ହେଲା। ଏହା ବିଜେପିର ଅନ୍ତରକନ୍ଦଳ ସ୍ପଷ୍ଟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ପଶ୍ଚିମ ବଙ୍ଗ ଓ ଆସାମରେ ପ୍ରଚାର କରୁଛନ୍ତି। ହେଲେ ଟିକେ ଏସଡିସି ପାଇଁ କାମ କରିବା ପାଇଁ ଯତ୍ନବାନ ହୁଅନ୍ତୁ। ନ ହେଲେ ଲୋକେ ହସିବେ। ବୃହତ ସ୍ୱାର୍ଥ ପାଇଁ ଏସଡିସି କାର୍ଯ୍ୟକ୍ଷମ ଓ ସ୍ୱତନ୍ତ୍ର ଫୋକସ ଷ୍ଟେଟ ନେଇ ମୁଖ୍ୟମନ୍ତ୍ରୀ ଧ୍ୟାନ ଦିଅନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି।ୟ

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande