ବିଜେପିର ମିଶନ ଜାରି, ୟୁନିଫର୍ମ ସିଭିଲ କୋଡ ଓ ୱାନ ନେସନ ୱାନ ଇଲେକ୍ସନ ଉପରେ ଦେଶରେ ଗୁରୁତର ଚର୍ଚ୍ଚା- ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ, ୦୬ ଏପ୍ରିଲ (ହି.ସ.)। ଭାରତୀୟ ଜନତା ପାର୍ଟିର ୪୭ତମ ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, କ୍ଷମତାରେ ରହି ଅନେକ ସଫଳତା ହାସଲ କରିଥିବା ସତ୍ତ୍ୱେ ଭାଜପାର ମିଶନ ଏଯାବତ୍ ଜାରି ଅଛି ଏବଂ ୟୁନିଫର୍ମ ସିଭିଲ କୋଡ୍ ଓ ‘ୱାନ ନେଶନ, ୱାନ
ବିଜେପିର ମିଶନ ଜାରି,     ୟୁନିଫର୍ମ ସିଭିଲ କୋଡ ଓ ୱାନ ନେସନ ୱାନ ଇଲେକ୍ସନ ଉପରେ ଦେଶରେ ଗୁରୁତର ଚର୍ଚ୍ଚା- ନରେନ୍ଦ୍ର     ମୋଦି


ନୂଆଦିଲ୍ଲୀ, ୦୬ ଏପ୍ରିଲ (ହି.ସ.)। ଭାରତୀୟ ଜନତା ପାର୍ଟିର ୪୭ତମ ସ୍ଥାପନା ଦିବସ

ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, କ୍ଷମତାରେ ରହି ଅନେକ ସଫଳତା ହାସଲ କରିଥିବା ସତ୍ତ୍ୱେ ଭାଜପାର ମିଶନ ଏଯାବତ୍ ଜାରି ଅଛି

ଏବଂ ୟୁନିଫର୍ମ ସିଭିଲ କୋଡ୍ ଓ ‘ୱାନ ନେଶନ, ୱାନ

ଇଲେକ୍ସନ’ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଦେଶରେ ଗଭୀର ଆଲୋଚନା ଚାଲିଛି। ସେ ଆଶା ବ୍ୟକ୍ତ

କରିଛନ୍ତି ଯେ,

ଭାଜପା ଆଗାମୀଦିନରେ ମଧ୍ୟ ପ୍ରତ୍ୟେକ ଚ୍ୟାଲେଞ୍ଜକୁ ସତ୍ୟନିଷ୍ଠା

ସହିତ ସମ୍ମୁଖୀନ କରିବ ଏବଂ ସକାରାତ୍ମକ ପରିଣାମ ମିଳିବ।

ଭିଡିଓ ବାର୍ତ୍ତା ମାଧ୍ୟମରେ

ଆଜି ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ଜାଣେ ଭାଜପା ସଦା ରାଷ୍ଟ୍ରହିତକୁ ସର୍ବୋପରି ରଖି କାମ କରିଛି।

ସେ କହିଛନ୍ତି ଯେ,

ପୂର୍ବରୁ ମଧ୍ୟ ସରକାରୀ ପ୍ରୟାସରେ ସକାରାତ୍ମକ ଫଳ ମିଳିଛି ଏବଂ

ଭବିଷ୍ୟତରେ ମଧ୍ୟ ଏହି ଦିଗରେ କାମ ଜାରି ରହିବ।

ପ୍ରଧାନମନ୍ତ୍ରୀ ନିଜ ସରକାରର

ସଫଳତା ବିଷୟରେ କହିଛନ୍ତି ଯେ, ଇଂରାଜ ଶାସନ କାଳର ସହସ୍ର

ପୁରୁଣା ଓ ଅପ୍ରାସଙ୍ଗିକ ଆଇନକୁ ବିଲୋପ କରାଯାଇଛି, ଗଣତନ୍ତ୍ରକୁ

ମଜବୁତ କରିବା ପାଇଁ ନୂତନ ସଂସଦ ଭବନ ନିର୍ମାଣ କରାଯାଇଛି, ଆର୍ଥିକ ଭାବେ ଦୁର୍ବଳ ବର୍ଗକୁ 10 ପ୍ରତିଶତ ସଂରକ୍ଷଣ ଦିଆଯାଇଛି ଏବଂ ‘ତିନି ତାଲାକ’ ଭଳି

କୁପ୍ରଥା ଉପରେ ଆଇନ ଆଣି ରୋକ ଲଗାଯାଇଛି। ଏହାସହିତ ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଭଳି ସିଦ୍ଧାନ୍ତମାନେ ମଧ୍ୟ ରାଷ୍ଟ୍ରହିତରେ ନିଆଯାଇଥିବା

ପଦକ୍ଷେପ।

ସେ କହିଛନ୍ତି ଯେ, ଏହି ସମସ୍ତ କାର୍ଯ୍ୟରୁ ସ୍ପଷ୍ଟ ହୁଏ ଯେ ଭାଜପା କେବଳ ପ୍ରତିଶ୍ରୁତି

ଦେଉନଥାଏ, ବରଂ ସେଗୁଡ଼ିକୁ ପୂରଣ ମଧ୍ୟ କରେ। ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି

ଯେ, ପାର୍ଟିର ଲକ୍ଷ୍ୟ ଏକ ବିକଶିତ ଏବଂ ଆତ୍ମନିର୍ଭର ଭାରତ ଗଢ଼ିବା ଏବଂ

ଏହି ଲକ୍ଷ୍ୟ ପାଇଁ ଭାଜପା ନିସ୍ୱାର୍ଥ ଭାବରେ ନିରନ୍ତର କାମ କରିବ।

ପ୍ରଧାନମନ୍ତ୍ରୀ ମୋଦୀ

କାର୍ଯ୍ୟକର୍ତ୍ତାଙ୍କୁ ରାଷ୍ଟ୍ରସେବାର ସଙ୍କଳ୍ପକୁ ଆହୁରି ମଜବୁତ କରିବାକୁ ଆହ୍ୱାନ କରି କହିଛନ୍ତି

ଯେ, ଭାଜପା ଦେଶର ଚେତନାକୁ ନୂତନ ଶକ୍ତି ଏବଂ ପ୍ରେରଣା ଦେଇବାର କାମ ଜାରି

ରଖିବ। ସେ କହିଛନ୍ତି ଯେ, ଭାଜପା ଏକମାତ୍ର ଏମିତି

ରାଜନୈତିକ ଦଳ ଯେଉଁଠାରେ କାର୍ଯ୍ୟକର୍ତ୍ତାମାନେ ପାର୍ଟିକୁ ନିଜ ‘ମା’ ଭାବେ ଦେଖନ୍ତି, ତେଣୁ ସ୍ଥାପନା ଦିବସ ତାଙ୍କ ପାଇଁ ଭାବନାତ୍ମକ ଗୁରୁତ୍ୱ ରଖେ।

ସେ ଦେଶବ୍ୟାପୀ କୋଟିକୋଟି

କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କୁ ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଏହି ଦିନ ପାର୍ଟି ପ୍ରତି କୃତଜ୍ଞତା ଜଣାଇବାର ଅବସର, ଯାହା ତାଙ୍କୁ ରାଷ୍ଟ୍ରସେବାର ସୁଯୋଗ ଦେଇଛି। ସେ ଏହା ମଧ୍ୟ କହିଛନ୍ତି

ଯେ, ବର୍ତ୍ତମାନ ସମୟରେ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଚାଲିଥିବାବେଳେ, ପାର୍ଟି ମଧ୍ୟରେ ନୂତନ ଉର୍ଜା ଏବଂ କାର୍ଯ୍ୟଶୈଳୀରେ ପରିବର୍ତ୍ତନ

ସ୍ପଷ୍ଟ ଭାବେ ଦେଖାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande