
ଭୁବନେଶ୍ୱର, ୬ ଏପ୍ରିଲ (ହି.ସ)- ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋମବାର ଉମରକୋଟ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସରେ ଯୋଗ ଦେଇଛନ୍ତି।
ଏକ୍ସରେ ସୂଚନା ଦେଇ ମନ୍ତ୍ରୀ ଲେଖିଛନ୍ତି ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ହେଉଛି ଭାରତୀୟ ଜନତା ପାର୍ଟି। ଆଜି ହେଉଛି ସେହି ଦିନ ଯେଉଁ ଦିନ ସବୁଠାରୁ ବଡ ଦଳର ସ୍ଥାପନା ହୋଇଥିଲା। ସାରା ଦେଶରେ ଉତ୍ସାହର ସହିତ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା, ନେତା ଓ ସମର୍ଥକ ଏହି ଦିବସକୁ ମହା ଆଡମ୍ବରରେ ପାଳନ କରୁଥିବା ବେଳେ ଆମ ଉମରକୋଟ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସକୁ ଆମେ ଏକତ୍ରିତ ହୋଇ ପାଳନ କରିଛୁ।
ଏକାତ୍ମ ମାନବବାଦ ସହିତ ଶୃଙ୍ଖଳା, ଉତ୍ତମ ଚରିତ୍ର ନୀତି ଆଦର୍ଶରେ ଆଗକୁ ବଢ଼ି ଆଜି ୪୭ ବର୍ଷରେ ପଦାର୍ପଣ କରିଛି ଭାରତୀୟ ଜନତା ପାର୍ଟି। ସମାଜର ଅନ୍ତିମ ଧାଡ଼ିରେ ଥିବା ଲୋକ ମାନଙ୍କ ହାତକୁ ଧରି ଆଗକୁ ଆଣିବା ଏବଂ ମୁଖ୍ୟ ସ୍ରୋତରେ ସାମିଲ କରିବା ଆମ ଦଳର ମହାନ ବିଚାର। ସେହି ଭଳି ଏକ ଦଳର ସଦସ୍ୟ ହୋଇଥିବାରୁ ଆମେ ସମସ୍ତେ ଗର୍ବିତ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା