ପଶ୍ଚିମବଙ୍ଗରେ ବିଜେପିର ପ୍ରତିଷ୍ଠା ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମେଦିନୀପୁର/ଝାଡ଼ଗ୍ରାମ/ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ବିଜେପି କେବଳ ଏକ ରାଜନୈତିକ ଦଳ ନୁହେଁ, ବରଂ ଜନସେବାର ଏକ ଅନୁଷ୍ଠାନ। ଆମର କୋଟି କୋଟି କାର୍ଯ୍ୟକର୍ତାଙ୍କ ତ୍ୟାଗ ଓ ପରିଶ୍ରମ ଯୋଗୁଁ ଆଜି ବିଜେପି ବିଶ୍ୱର ସର୍ବବୃହତ ସଂଗଠନ ହୋଇପାରିଛି । ''ମେରା ବୁଥ୍ ସବସେ ମଜବୁତ୍'' କେବଳ ଏକ ସ୍ଲୋଗାନ
fgrs


ମେଦିନୀପୁର/ଝାଡ଼ଗ୍ରାମ/ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ବିଜେପି କେବଳ ଏକ ରାଜନୈତିକ ଦଳ ନୁହେଁ, ବରଂ ଜନସେବାର ଏକ ଅନୁଷ୍ଠାନ। ଆମର କୋଟି କୋଟି କାର୍ଯ୍ୟକର୍ତାଙ୍କ ତ୍ୟାଗ ଓ ପରିଶ୍ରମ ଯୋଗୁଁ ଆଜି ବିଜେପି ବିଶ୍ୱର ସର୍ବବୃହତ ସଂଗଠନ ହୋଇପାରିଛି । 'ମେରା ବୁଥ୍ ସବସେ ମଜବୁତ୍' କେବଳ ଏକ ସ୍ଲୋଗାନ ନୁହେଁ, ଏହା ଆମ ସଂଗଠନର ମେରୁଦଣ୍ଡ ବୋଲି ଆଜି ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ୪୭ତମ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଆଜି ପଶ୍ଚିମବଙ୍ଗର ଏଗ୍ରା, ମେଦିନୀପୁର ଗସ୍ତ କରି ଦଳୀୟ କାର୍ଯ୍ୟକର୍ତାଙ୍କ ମନୋବଳ ବଢ଼ାଇବା ସହ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଏଗ୍ରା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଦଳୀୟ ପତାକା ଉତୋଳନ କରିବା ସହ ଦଳର ପ୍ରତିଷ୍ଠାତା ଓ ମହାପୁରୁଷମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମସ୍ତ ସମର୍ପିତ କାର୍ଯ୍ୟକର୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ଶ୍ରୀ ପ୍ରଧାନ । ପରେ ମେଦିନୀପୁରର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାଙ୍କ ସହ ସିଧାସଳଖ ଆଲୋଚନା କରି ସ୍ଥାନୀୟ ସମସ୍ୟା ଓ ସାଂଗଠନିକ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ ।

ଏହି ଅବସରେ ସେ କହିଛନ୍ତି, ବିଜେପି ସର୍ବଦା ଜନସେବାର ଆଦର୍ଶକୁ ନିଜ କାର୍ଯ୍ୟର ଆଧାର କରିଛି । ଐତିହ୍ୟ ଏବଂ ବିକାଶର ପ୍ରେରଣାରେ ସଂଗଠନ ପ୍ରତିଟି ନାଗରିକଙ୍କ ସେବା ପାଇଁ ଅଟଳ ଭାବେ ପ୍ରତିଶ୍ରୁତିବଦ୍ଧ । କୋଟି କୋଟି କାର୍ଯ୍ୟକର୍ତା ଏହି ଅତୁଟ ସଂକଳ୍ପ ସହିତ ରାଷ୍ଟ୍ର ନିର୍ମାଣର ଯାତ୍ରାରେ ସମର୍ପିତ ଭାବେ ନିରନ୍ତର କାର୍ଯ୍ୟ କରୁଛନ୍ତି । ଆଜିର ଦିବସ ସେହି ମହାନ ତପସ୍ୱୀ ଏବଂ ରାଷ୍ଟ୍ରନିଷ୍ଠ ନେତୃତ୍ୱଙ୍କୁ ପ୍ରଣାମ କରିବାର ଅବସର, ଯେଉଁମାନେ ସେବା, ସମର୍ପଣ ଏବଂ ସିଦ୍ଧାନ୍ତ ଆଧାରରେ ଏହି ସଂଗଠନକୁ ଜନ-ଆସ୍ଥାର ପ୍ରତୀକ ଭାବେ ଗଢ଼ି ତୋଳିଛନ୍ତି । ଗାଁ-ଗାଁକୁ ସଂଗଠନର ବିଚାରଧାରା ପହଂଚାଉଥିବା ଆମର କର୍ମଠ କାର୍ଯ୍ୟକର୍ତାଙ୍କ ତ୍ୟାଗ ଏବଂ ପରିଶ୍ରମ ହିଁ ବିଜେପିର ପ୍ରକୃତ ଶକ୍ତି । ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ଅନ୍ତ୍ୟୋଦୟ' ମନ୍ତ୍ରକୁ ପାଥେୟ କରି ବିକଶିତ ଭାରତ ଗଠନରେ ବଙ୍ଗଳାର କାର୍ଯ୍ୟକର୍ତାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ପୂର୍ବି ମେଦିନୀପୁର ବାଲିଘାଇ ସ୍ଥିତ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିଥିଲେ । ଗତକାଲି ଶ୍ରୀ ପ୍ରଧାନ ଝାଡ଼ଗ୍ରାମ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକରେ ମଧ୍ୟ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande