ଆଜି ଠାରୁ ବନଦୁର୍ଗା ମହୋତ୍ସବ
ବଲାଙ୍ଗୀର, ୦୬ ଏପ୍ରିଲ୍(ହି.ସ.) – ବଲାଙ୍ଗୀର ଜିଲ୍ଲା ସର୍ବବୃହତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରାୟ ୩୦ରୁ ଅଧିକ ଗ୍ରାମ ସମ୍ପୁର୍ଣ୍ଣ ଅବା ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ପରିବାରର ମିଳିତ ଉଦ୍ୟମରେ ଏ ଅଂଚଳର ଆରାଧ୍ୟା ଦେବୀ ମା’ ବନଦୁର୍ଗାଙ୍କ ପୂଜନୋତ୍ସବ ସହ ମହୋତ୍ସବ ଆସନ୍ତା ୭ ତାରିଖରୁ
ଆଜି ଠାରୁ ବନଦୁର୍ଗା ମହୋତ୍ସବ


ବଲାଙ୍ଗୀର, ୦୬ ଏପ୍ରିଲ୍(ହି.ସ.) – ବଲାଙ୍ଗୀର ଜିଲ୍ଲା ସର୍ବବୃହତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରାୟ ୩୦ରୁ ଅଧିକ ଗ୍ରାମ ସମ୍ପୁର୍ଣ୍ଣ ଅବା ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ପରିବାରର ମିଳିତ ଉଦ୍ୟମରେ ଏ ଅଂଚଳର ଆରାଧ୍ୟା ଦେବୀ ମା’ ବନଦୁର୍ଗାଙ୍କ ପୂଜନୋତ୍ସବ ସହ ମହୋତ୍ସବ ଆସନ୍ତା ୭ ତାରିଖରୁ ୧୧ ତାରିଖ ୫ ଦିନ ଧରି ସମସ୍ତେ ଲୋୟର ସୁକତେଲ ଡ୍ୟାମ ପାଦ ଦେଶରେ ଏକତ୍ରିତ ହୋଇ ଅଂଶଗ୍ରହଣ କରିବେ। ଏହି ମହୋତ୍ସବରେ ଅଂଚଳର ବହୁ ବୁଦ୍ଧିଜୀବୀ ଦିର୍ଘ ଦିନ ଧରି ସଂଗ୍ରାମ କରିଥିବା ସଂଗ୍ରାମୀ ଓ ରାଜନେତା, ପ୍ରଶାସକ, ଚାଷୀ ନେତା ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଆଜି ବି ବିସ୍ତାପିତଙ୍କ କଲୋନିରେ ବହୁ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି। ତା’ର ସମାଧାନ ନିମନ୍ତେ ସମସ୍ତେ ମିଳିତ ଉଦ୍ୟମ କରିବା ପାଇଁ ଆଲୋଚନା ହେବ। ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମହୋତ୍ସବ କମିଟି ସଭାପତି ସଂଜୟ ଗଡ଼ତ୍ୟା, ଉପସଭାପତି କୈଳାସ ଚନ୍ଦ୍ର ସିଂଦେଓ, ସଂପାଦକ ଜୟକୃଷ୍ଣ ମିଶ୍ର, ସହ ସଂପାଦକ ବିକାଶ ଚନ୍ଦ୍ର ରଥ, କୋଷାଧ୍ୟକ୍ଷ ନରେନ୍ଦ୍ର ବିଶି, ସହ-କୋଷାଧ୍ୟକ୍ଷ ଭରତ ସାହୁ, ଲମ୍ବୋଦର ପଧାନ, ଗିରିଧାରି ପୁଟା, ପ୍ରମୋଦ ପଟେଲ, ସୁଶିଲ ବେହେରା, ବ୍ୟାସଦେବ ବନଛୋର, ଅଜୟ ଗଡ଼ତ୍ୟା, ସଂଜୟ ମହଲା ପ୍ରମୁଖ ନେତୃତ୍ୱ ନେଉଛନ୍ତି। ପ୍ରତ୍ୟେହ ସନ୍ଧ୍ୟାରେ ଲୋକଗୀତ, ଲୋକ ନୃତ୍ୟ, କଂସ ଦରବାର, କବିତା ପାଠୋତ୍ସବ ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande