ନକ୍ସଲମୁକ୍ତ ହେବା ମାତ୍ରେ ବସ୍ତରର ବିକାଶ ଉପରେ ଫୋକସ, ମୁଖ୍ୟମନ୍ତ୍ରୀ ସାଇ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ
ନୂଆଦିଲ୍ଲୀ, ୬ ଏପ୍ରିଲ (ହି.ସ.) - ଦେଶ ନକ୍ସଲମୁକ୍ତ ହେବା ସହିତ ସରକାରଙ୍କ ଧ୍ୟାନ ଏବେ ଛତିଶଗଡ଼ର ବସ୍ତର ଅଂଚଳର ସାମଗ୍ରିକ ବିକାଶ ଉପରେ କେନ୍ଦ୍ରିତ ହୋଇଛି । ଏହି ପରିପ୍ରେକ୍ଷୀରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ମଙ୍ଗଳବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ । ସର
ନକ୍ସଲମୁକ୍ତ ହେବା ମାତ୍ରେ ବସ୍ତରର ବିକାଶ ଉପରେ ଫୋକସ, ମୁଖ୍ୟମନ୍ତ୍ରୀ ସାଇ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ


ନୂଆଦିଲ୍ଲୀ, ୬ ଏପ୍ରିଲ (ହି.ସ.) - ଦେଶ ନକ୍ସଲମୁକ୍ତ ହେବା ସହିତ ସରକାରଙ୍କ ଧ୍ୟାନ ଏବେ ଛତିଶଗଡ଼ର ବସ୍ତର ଅଂଚଳର ସାମଗ୍ରିକ ବିକାଶ ଉପରେ କେନ୍ଦ୍ରିତ ହୋଇଛି । ଏହି ପରିପ୍ରେକ୍ଷୀରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ମଙ୍ଗଳବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ । ସରକାରୀ ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ସାଇ ଏହି ସମୟ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହାଙକ ସହ ମଧ୍ୟ ସାକ୍ଷାତ କରିବେ । ବସ୍ତରର ଭବିଷ୍ୟତ ପାଇଁ ଏହି ଉଚ୍ଚସ୍ତରୀୟ ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

କୁହାଯାଉଛି ଯେ, ବୈଠକର ମୁଖ୍ୟ ଧ୍ୟାନ ମାଓବାଦ ପରବର୍ତୀ ପରିସ୍ଥିତି ଉପରେ ରହିବ, ଅର୍ଥାତ୍ ମାଓବାଦର ପ୍ରଭାବ ହ୍ରାସ ପରେ ବସ୍ତରର ଦ୍ରୁତ ବିକାଶ ପାଇଁ ଏକ ରଣନୀତି ପ୍ରସ୍ତୁତ କରିବା । ସୁରକ୍ଷା ତ୍ରେରେ ସକାରାତ୍ମକ ଫଳାଫଳ ପାଇବା ପରେ ଏବେ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହି ଅଂଚଳକୁ ବିକାଶର ମୁଖ୍ୟସୋତରେ ସାମିଲ କରିବା ପାଇଁ ଠୋସ୍ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ସାଇ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ସମ୍ମୁଖରେ ବସ୍ତର ପାଇଁ ଏକ ବିସ୍ତୃତ ବିକାଶ ରୋଡ଼ ମ୍ୟାପ୍ ଉପସ୍ଥାପନ କରିବେ । ଏହି ରୋଡ଼ମ୍ୟାପରେ ଭିତିଭୂମିର ପ୍ରସାର, ଶିଳ୍ପକୁ ପ୍ରୋତ୍ସାହନ, ନିବେଶକୁ ଆକର୍ଷିତ କରିବା, ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଆଦିବାସୀ ଅଂଚଳର ଅନ୍ତର୍ଭୁକ୍ତ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande