ଏନଏସଜି ଭାରତର ଅଭେଦ୍ୟ କବଚ, ଏମାନଙ୍କ କାରଣରୁ ଆମେ ସୁରକ୍ଷିତ- ମୋହନ ଯାଦବ
ଭୋପାଳ, ୦୬ ଏପ୍ରିଲ (ହି.ସ.)। ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଡ଼ଃ ମୋହନ ଯାଦବ କହିଛନ୍ତି ଯେ, ଯଦିଓ ଆମ ସଂସ୍କୃତି ଆମକୁ ସମସ୍ତଙ୍କ ସୁଖ କାମନା କରିବାକୁ ଶିଖାଏ, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଶକ୍ତ ନେତୃତ୍ୱରେ ବିଶ୍ୱ ଏହା ମଧ୍ୟ ଜାଣିଛି ଯେ, ଯଦି
ଏନଏସଜି ଭାରତର ଅଭେଦ୍ୟ କବଚ,     ଏମାନଙ୍କ କାରଣରୁ ଆମେ ସୁରକ୍ଷିତ- ମୋହନ ଯାଦବ


ଭୋପାଳ, ୦୬ ଏପ୍ରିଲ (ହି.ସ.)। ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଡ଼ଃ ମୋହନ

ଯାଦବ କହିଛନ୍ତି ଯେ, ଯଦିଓ ଆମ

ସଂସ୍କୃତି ଆମକୁ ସମସ୍ତଙ୍କ ସୁଖ କାମନା କରିବାକୁ ଶିଖାଏ, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଶକ୍ତ ନେତୃତ୍ୱରେ

ବିଶ୍ୱ ଏହା ମଧ୍ୟ ଜାଣିଛି ଯେ, ଯଦି

କେହି ଆମକୁ ଉତ୍ତେଜିତ କରିବେ, ତେବେ

ଆମେ ତାଙ୍କୁ ଛାଡ଼ିବୁ ନାହିଁ। ଯିଏ ଯେଭଳି ଭାଷାରେ ବୁଝେ, ତାକୁ ସେହି ଭାଷାରେ ବୁଝାଇବା ଆବଶ୍ୟକ। ସେ କହିଛନ୍ତି ଯେ ଜାତୀୟ

ସୁରକ୍ଷା ଗାର୍ଡ (ଏନଏସଜି) ଭାରତର ଅଭେଦ୍ୟ ସୁରକ୍ଷା କବଚ ଅଟେ। ଏନଏସଜି ଥିବାରୁ ଆମର ଆନ୍ତରିକ

ସୁରକ୍ଷା ବ୍ୟବସ୍ଥା ବହୁତ ସୁଦୃଢ଼ ଅଛି।

ମୁଖ୍ୟମନ୍ତ୍ରୀ ଡ଼ଃ ଯାଦବ

ସୋମବାର ଭୋପାଳର ଲାଲ ପରେଡ ମୈଦାନରେ ଆୟୋଜିତ ଏନଏସଜି ଶୋରେ ଯୋଗଦେଇ ଏନଏସଜି ଦ୍ୱାରା ମଧ୍ୟ

ପ୍ରଦେଶ ପୋଲିସ ଯବାନମାନଙ୍କ ପାଇଁ ଆୟୋଜିତ ସମଗ୍ର କ୍ଷମତା ବିକାଶ ପ୍ରଶିକ୍ଷଣ ଏବଂ ପ୍ରଦର୍ଶନ

କାର୍ୟକ୍ରମକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ ଅତିବାଦୀ ଶକ୍ତିମାନେ ଦେଶର ବିକାଶରେ ବଡ଼

ବାଧା ଅଟନ୍ତି ଏବଂ ଆମକୁ ସେହିପରି ଶକ୍ତିଙ୍କୁ ଦୃଢ଼ତାର ସହିତ ମୁକାବିଲା କରିବାକୁ ପଡ଼ିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ

ଗତ କିଛି ସମୟରେ ଦେଶରେ ଘଟିଥିବା ଯେକୌଣସି ଅତିବାଦୀ କିମ୍ବା ଅପ୍ରିୟ ଘଟଣା ଓ ଅସାମାନ୍ୟ

ପରିସ୍ଥିତିରେ ଏନଏସଜି ଗାର୍ଡମାନଙ୍କର ସଦା ସଜାଗ ଉପସ୍ଥିତି ଆମକୁ ଏହା ଅନୁଭବ କରାଇଛି ଯେ, ଏନଏସଜି ଅଛି ବୋଲି ଆମେ ସବୁ ପରିସ୍ଥିତିରେ ସୁରକ୍ଷିତ। ଏନଏସଜି ଦେଶର

ସୀମା ଭିତରେ ନାଗରିକ ସୁରକ୍ଷାର ଏକ ଦୃଢ଼ ନିଶ୍ଚୟତା ଅଟେ। ଏନଏସଜି ଜବାନମାନେ ନିଜ ଜୀବନର

ଚିନ୍ତା ନ କରି ରାଷ୍ଟ୍ରର ସୁରକ୍ଷା ପାଇଁ ସଦା ପ୍ରସ୍ତୁତ ରହନ୍ତି। ଏହି ବଳ ତାଙ୍କର ପେଶାଦାର

କ୍ଷମତା,

ଶିଷ୍ଟାଚାର ଏବଂ ପ୍ରଯୁକ୍ତିଗତ ଦକ୍ଷତା ପାଇଁ ସମଗ୍ର ବିଶ୍ୱରେ

ପ୍ରସିଦ୍ଧ।

ସେ ଲାଲ ପରେଡ ମୈଦାନରେ

ଆୟୋଜିତ ଏନଏସଜି ଶୋ ଦେଖି କମାଣ୍ଡୋମାନଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ। ଏହି ଶୋ ସମୟରେ

ଏନଏସଜି ଜବାନମାନେ ଏକ ମକ୍ ଟେରରିଷ୍ଟ ଆକ୍ରମଣର ବାସ୍ତବ ସଦୃଶ ଦୃଶ୍ୟ ସୃଷ୍ଟି କରି, ସେହିପରି ଆକ୍ରମଣକୁ କିପରି ପ୍ରତିରୋଧ କରାଯାଏ ଏବଂ ସମ୍ପୂର୍ଣ୍ଣ

କ୍ଷମତା ସହ ମୁକାବିଲା କରାଯାଏ, ତାହାର ଜୀବନ୍ତ

ପ୍ରଦର୍ଶନ କରିଥିଲେ। ସେ କହିଛନ୍ତି ଯେ ଏହି ଶୋ ପୁରୁଷାର୍ଥ, ସାହସ ଏବଂ ପରାକ୍ରମର ଶ୍ରେଷ୍ଠ ଉଦାହରଣ। ଏହି ପ୍ରଶିକ୍ଷଣ

ପ୍ରଦର୍ଶନରେ ଯବାନମାନେ ଆକାଶରେ ଉଡ଼ି ଦେଖାଇଥିବା କୌଶଳ ସତ୍ୟରେ ଅଦ୍ଭୁତ ଥିଲା। ଏନଏସଜି ଯବାନମାନେ

ଆମ ସୁରକ୍ଷା ବ୍ୟବସ୍ଥାର ମୂଳ ଭିତ୍ତି। ଜଳ, ସ୍ଥଳ, ଆକାଶ—ସମସ୍ତ ମାର୍ଗରୁ ଦେଶ ଉପରେ ଯେକୌଣସି ପ୍ରକାରର ଚ୍ୟାଲେଞ୍ଜ ଆସିପାରେ, ସେଗୁଡ଼ିକୁ ମୁକାବିଲା ପାଇଁ ଏପରି ପ୍ରଶିକ୍ଷଣ ଏବଂ ପୂର୍ବାଭ୍ୟାସ

ବହୁତ ଆବଶ୍ୟକ। ପ୍ରଶିକ୍ଷଣ କାର୍ୟକ୍ରମ ସହିତ ଏନଏସଜି ଶୋର ଉଦ୍ଘାଟନ ଅବସରରେ ପୋଲିସ ବ୍ୟାଣ୍ଡ

ଦ୍ୱାରା ମୁଖ୍ୟମନ୍ତ୍ରୀ ଡ଼ଃ ଯାଦବଙ୍କୁ ସମ୍ମାନ ଜଣାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande