
ନୂଆଦିଲ୍ଲୀ, ୦୬ ଏପ୍ରିଲ (ହି.ସ.)। ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ନିଜର
ସ୍ଥାପନା ଦିବସ ପାଳନ କରୁଛି। ୬ ଏପ୍ରିଲ ୧୯୮୦ ରେ ପାର୍ଟିର ସ୍ଥାପନା କରାଯାଇଥିଲା। ବିଜେପିର
ଜାତୀୟ ଅଧ୍ୟକ୍ଷ ନିତିନ ନବୀନ ସମସ୍ତ କାର୍ଯ୍ୟକର୍ତ୍ତା ଓ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏହି ଅବସରରେ ଦେଶ ସାରା ପାର୍ଟି ପକ୍ଷରୁ ବିଭିନ୍ନ କାର୍ୟକ୍ରମ
ଆୟୋଜିତ କରାଯାଉଛି। ବିଜେପି ମୁଖ୍ୟାଳୟରେ ସୋମବାର ସକାଳ ୧୦ଟା ୩୦ ମିନିଟରେ ଡ଼ା. ଶ୍ୟାମା
ପ୍ରସାଦ ମୁଖର୍ଜୀ ଓ ପଣ୍ଡିତ ଦୀନଦୟାଳ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ଏବଂ
ପାର୍ଟି ଅଧ୍ୟକ୍ଷ ନିତିନ ନବୀନ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବେ।
ଏହି ଅବସରରେ ନିତିନ ନବୀନ ନିଜର ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ଜାରି
କରି ଲେଖିଛନ୍ତି, “ବିଜେପିର ସ୍ଥାପନା
ଦିବସର ପାବନ ଅବସରରେ ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳର ସମସ୍ତ ସମର୍ପିତ
କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା। ଜନସଂଘ କାଳରୁ ଆଜି ପର୍ଯ୍ୟନ୍ତ ବିଶ୍ୱର ସବୁଠାରୁ ବଡ଼
ପାର୍ଟି ହେବା ପର୍ଯ୍ୟନ୍ତର ଏହି ଯାତ୍ରା ଅସଂଖ୍ୟ କାର୍ଯ୍ୟକର୍ତ୍ତାଙ୍କର ତ୍ୟାଗ, ତପସ୍ୟା ଓ ବଲିଦାନର
କାହାଣୀ ଅଟେ। ଡ଼ା. ଶ୍ୟାମା ପ୍ରସାଦ ମୁଖର୍ଜୀ ଓ ପଣ୍ଡିତ ଦୀନଦୟାଳ ଉପାଧ୍ୟାୟଙ୍କ ‘ଅନ୍ତ୍ୟୋଦୟ’
ସ୍ୱପ୍ନକୁ ନେଇ ଆମେ ଯାହା ଆରମ୍ଭ କରିଥିଲୁ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ତାହା ତୃଣମୂଳସ୍ତରରେ
ସାକାର ହେଉଛି।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା