
ବଲାଙ୍ଗିର, ୦୬ ଏପ୍ରିଲ୍ (ହି.ସ.) - ଆଜି ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ପଥରଚେପା ବିଜେପି ପାର୍ଟି କାର୍ଯ୍ୟାଳୟ ଠାରେ ଜିଲ୍ଲା ର ସମସ୍ତ କାର୍ଯ୍ୟ କର୍ତାଙ୍କ ଉପସ୍ଥିତି ରେ ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା ଙ୍କ ନେତୃତ୍ୱରେ ବିଜେପି ସ୍ଥାପନା ଦିବସ ଧୁମ ଧାମ ରେ ପାଳିତ ହୋଇଯାଇଛି । ଏହି ବିଜେପି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଯୋଗଦେଇଥଲେ ବରିଷ୍ଟ ବିଜେପି ନେତା ଓଡିଶା ସରକାର ର ଉପମୁଖ୍ୟ ମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂଦେଓ । ମଂଚାସିନ ଥିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ.ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ.ବରିଷ୍ଟ ବିଜେପି ନେତା ଓମ ପ୍ରକାଶ ଯୋଶୀ ଉପସ୍ଥିତ ଥିଲେ । ବଲାଙ୍ଗୀର ଜିଲ୍ଲା ବିଜେପି ପାର୍ଟି ର ପୁରାତନ ବରିଷ୍ଟ ନେତା ଓ ନେତ୍ରୀ ମାନଙ୍କୁ ଉପଢକନ ସହିତ ସମ୍ମାନିତକରାଯାଇଥିଲା । ବିଜେପି ପ୍ରତିଷ୍ଠା ଦିବସ ରେ ସମସ୍ତ ବିଜେପି ପରିବାର ସଦସ୍ୟ ମାନଙ୍କୁ ମିଷ୍ଟାନ ବଂଟନ କରାଯଇଥିଲା ଓ ଫଗୁ ଲଗାଯାଇଥିଲା ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ତାଙ୍କ ଅଭିଭାଷଣ ରେ ଭାରତୀୟ ଜନତା ପାର୍ଟି ର ସ୍ଥାପନା କେମିତି ହୋଇ ଥିଲା ଓ ଜନସଙ୍ଘ ପାର୍ଟି ରୁ ବିଜେପି ପାର୍ଟି ହୋଇଥିଲା ତାହା କହି ଥିଲେ । ଦୀର୍ଘ ୪୭ ବର୍ଷ ର ବିଜେପି ପାର୍ଟି ର ସଂଘର୍ଷ ଓ ଇତିହାସ କହିଥିଲେ । ୧୯୮୦ ମସିହା ରେ ବିଜେପି ଗଠନ ହୋଇଥିଲା. ପ୍ରଥମ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ସ୍ୱର୍ଗତ ଅଟଳବିହାରୀ ବାଜପେୟୀ ଥିଲେ । ଏବେ ବିଜେପି ର ଡବଲ ଇଞ୍ଜିନ ସରକାର ଚାଲିଛି । କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଅଛି । ୨୦୨୬ ରେ ବିଜେପି ର ଅଧକ୍ଷ ଅଛନ୍ତି ନିତିନ ନବୀନ ଓ ଓଡିଶା ର ବିଜେପି ପାର୍ଟି ର ସଭାପତି ଅଛନ୍ତି ମନମୋହନ ସାମଲ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ