
ଜୟପୁର, ୦୬ ଏପ୍ରିଲ୍(ହି.ସ.) – ଭାରତୀୟ ଜନତା ପାର୍ଟି ପ୍ରତିବର୍ଷ ଏପ୍ରିଲ ୦୬ ତାରିଖ ରେ ପ୍ରତିଷ୍ଠା ଦିବସ ପାଳନ କରିଆସୁଛି। ବୋରିଗୁମ୍ମା ସ୍ଥିତ ଦୋରା କଲ୍ୟାଣ ମଣ୍ଡପ ନିକଟରେ ୪୭ ତମ ପ୍ରତିଷ୍ଠା ଦିବସ ଆଜି ପାଳନ କରାଯାଇଛି। ଏହି ଦଳ ୧୯୫୧ ମସିହାରେ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ଭାରତୀୟ ଜନସଂଘ ରୁ ଆସିଛି। ୧୯୭୭ ରେ ଜନସଂଘ୍ ଅନ୍ୟ ଦଳ ସହ ମିଶି ଜନତା ପାର୍ଟି ଗଠନ କରିଥିଲା କ୍ଷ କିଛି କାରଣ ବଶତଃ ୧୯୮୦ ରେ ପୂର୍ବତନ ଜନସଂଘ ସଦସ୍ୟମାନେ ପୃଥକ୍ ହୋଇ ବିଜେପି ଗଠନ କରିଥିଲେ। ଏହି ପ୍ରତିଷ୍ଠା ଦିବସ ଅବସର ରେ ଜୟପୁର ନିର୍ବାଚନ ମଣ୍ଡଳୀର ସମସ୍ତ ନେତୃବୃନ୍ଦ ସମେତ ବୋରିଗୁମ୍ମା ମଣ୍ଡଳ ର ସମସ୍ତ କର୍ମକର୍ତା ଯୋଗ ଦେଇଥିଲେ। ଜୟପୁର ବିଧାନସଭା ବିଧାୟକ ପ୍ରାର୍ଥୀ ଯୁବ ନେତା ଗୌତମ ସାମନ୍ତ ରାୟ ମୁଖ୍ୟ ଅତିଥି ରୂପେ ଆସନ ଗ୍ରହଣ କରିଥିଲେ। ବୋରିଗୁମ୍ମା ମଣ୍ଡଳ ସଭାପତି ବିଘ୍ନେଶ୍ୱର ଷଡଙ୍ଗୀ କାର୍ଯ୍ୟକ୍ରମର ସଭାପତି ଦାୟିତ୍ୱ ତୁଲାଇଥିଲେ। ସମସ୍ତ ସମ୍ମାନିତ ମଂଚାସିତ ଅତିଥି ଦ୍ୱୀପ ପ୍ରଜ୍ୱଳନ କରିବା ସହ ଭାରତୀୟ ଜନତା ପାର୍ଟିର ଦଳୀୟ ପତାକା ଉତୋଳନ କରିଥିଲେ। ସାମୂହିକ ବନ୍ଦେ ମାତରଂ ଗାନ କରାଯାଇଥିଲା। ପ୍ରତିଷ୍ଠା ଦିବସ ର ମହତ୍ୱ ଏବଂ ବିଜେପି ସଂଗ୍ରାମୀ ଙ୍କ ବଳିଦାନ ବିଷୟରେ ଆଲୋକପାତ କରିଥିଲେ ମୁଖ୍ୟ ଅତିଥି ଗୌତମ ସାମନ୍ତ ରାୟ। ଭାରତୀୟ ଜନତା ପାର୍ଟି ଜନତାଙ୍କ ପାଇଁ କେଉଁ ସବୁ ସୁବିଧା ଏବଂ ଯୋଜନା କାର୍ଯ୍ୟକରି ଆସୁଚି ସେ ବିଷୟର ପ୍ରତିକ୍ରିୟା ଦେଇଥିଲେ ଅନ୍ୟତମ ସମ୍ମାନିତ ଅତିଥି ତଥା ଜିଲ୍ଲା ଉପ ସଭାପତି ରାଜା ସିଂହ। ଆଗକୁ ଦଳର ଆଭିମୁଖ୍ୟ କଣ ରହିବ ଏବଂ ସଙ୍ଗଠନ କିପରି ଆଗକୁ ବଢ଼ିବ ସେ ନେଇ ମତପ୍ରକାଶ କରିଥିଲେ ଅନ୍ୟତମ ବରିଷ୍ଠ କାର୍ଯ୍ୟକର୍ତା ଗୁପ୍ତପ୍ରସାଦ ଗନ୍ତାୟତ। ବୋରିଗୁମ୍ମା ମଣ୍ଡଳ ଉପ ସଭାପତି ମାନସ ରଥ ମଂଚ ପରିଚାଳନା କରିଥିଲେ। ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତାଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉତରୀୟ ଦେଇ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ସମ୍ମାନିତ ଅତିଥିଙ୍କ ଦ୍ୱାରା। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ କୋରାପୁଟ୍ ଜିଲ୍ଲା ଉପ ସଭାପତି ରାଧେଶ୍ୟାମ ପରିଡ଼ା, ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ବାସନ୍ତୀ ଶତପଥୀ, ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟ କାରିଣୀ ସଦସ୍ୟ ସରୋଜ ପାଣିଗ୍ରାହୀ, ଜିଲ୍ଲା ମହିଳା ସଭାପତି ସ୍ୱାତୀ ହୋତା, ଜୟପୁର ମଣ୍ଡଳ ସଭାପତି ସମହାନ୍ତି ମୋନୋଜ, ଆମ୍ବଗୁଡ଼ା ମଣ୍ଡଳ ସଭାପତି ସନ୍ତୋଷ ପଟ୍ଟନାୟକ, ଫାମ୍ପୁଣୀ ମଣ୍ଡଳ ସଭାପତି ଦୀନବନ୍ଧୁ ପ୍ରଧାନ, ଶସାହାଣ୍ଡି ମଣ୍ଡଳ ସଭାପତି ଚକ୍ରଧର ଗାଦବା, ପୂର୍ବତନ ବୋରିଗୁମ୍ମା ବ୍ଲକ ଆଦକ୍ଷ ଗୋପୀ ନାୟକ ଏବଂ ନବରଙ୍ଗପୁର ସାଂସଦ ଙ୍କ ପ୍ରତିନିଧି ଶ୍ରିନୁ ରାଓ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀତ ହୋଇଥିଲେ। ହଜାର ହଜାର ସଂଖ୍ୟା ରେ କାର୍ଯ୍ୟକର୍ତା ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଆଗକୁ ବିଜେପି ର ସଂଗଠନ କୁ ସୁଦୃଢ଼ କରିବା ପାଇଁ ସଂକଳ୍ପ ନେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି