ବ୍ରାଉନସୁଗାର ଜବତ, ଅଭିଯୁକ୍ତ କୋର୍ଟଚାଲାଣ
କେନ୍ଦ୍ରାପଡା, ୬ ଅପ୍ରେଲ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାରେ ଚୋରା ମଦ ଓ ବ୍ରାଉନସୁଗାର ବ୍ୟାପକ ପରିମାଣରେ କାରବାର ହେଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ ବିଭିନ୍ନ ସ୍ଥାନରେ ଚଢଉ କରି ଅଭିଯୁକ୍ତ ମାନଙ୍କୁ ଧରି ହାଜତକୁ ପଠାଉଥିବା ବେଳେ ଏହି ଅଭିଯୁକ
---------------  ବ୍ରାଉନ ସୁଗାର ଜବତ, ୧ କୋର୍ଟ ଚାଲାଣ


କେନ୍ଦ୍ରାପଡା, ୬ ଅପ୍ରେଲ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାରେ ଚୋରା ମଦ ଓ ବ୍ରାଉନସୁଗାର ବ୍ୟାପକ ପରିମାଣରେ କାରବାର ହେଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ ବିଭିନ୍ନ ସ୍ଥାନରେ ଚଢଉ କରି ଅଭିଯୁକ୍ତ ମାନଙ୍କୁ ଧରି ହାଜତକୁ ପଠାଉଥିବା ବେଳେ ଏହି ଅଭିଯୁକ୍ତ ମାନେ କୋର୍ଟରୁ ଜାମିନରେ ଆସିବା ପରେ ପୁନର୍ବାର ସେହି ବ୍ୟବସାୟରେ ଲିପ୍ତ ହେଉଥିବା ଅଧିକାଂଶ ଯୁବକ ମାନଙ୍କୁ ଦେଖିବାକୁ ମିଳୁଛି । କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ବାସୁଳାଇ ଗ୍ରାମର ଆଲୋକ ପରିଡାଙ୍କ ଠାରୁ ୬୦ ଗ୍ରାମ ବ୍ରାଉନସୁଗାର ଜବତ କରି ତାଙ୍କୁ କୋର୍ଟଚାଲାଣ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande