
ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ଆସାମର ପବିତ୍ର ଶକ୍ତିପୀଠ ମା’ କାମାକ୍ଷାଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ମୁଖ୍ୟମନ୍ତ୍ରୀ ପୋଷ୍ଟ କରି ଲେଖିଛନ୍ତି ଆଜି ଆସାମର ପବିତ୍ର ଶକ୍ତିପୀଠ ମା’ କାମାକ୍ଷାଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବାର ପରମ ସୌଭାଗ୍ୟ ପ୍ରାପ୍ତ ହେଲା। ମା’ଙ୍କ ଶ୍ରୀଚରଣରେ ଆସାମରେ ଭାରତୀୟ ଜନତା ପାର୍ଟିର ସଫଳତା ଏବଂ ଆମ ଓଡ଼ିଶାର ପ୍ରଗତି ତଥା ସମୃଦ୍ଧି ପାଇଁ ପ୍ରାର୍ଥନା କଲି।
ମା’ଙ୍କ ଅପାର କରୁଣାରୁ ଆମ ସମାଜରେ ଶାନ୍ତି, ସଦ୍ଭାବନା ଓ ସାମାଜିକ ସମନ୍ୱୟ ବୃଦ୍ଧି ପାଇବା ସହ ‘ସମୃଦ୍ଧ ଓଡ଼ିଶା’ ଗଠନର ଅଭିଯାନ ସଫଳ ହେଉ, ଏହାହିଁ କାମନା। ଜୟ ମା’ କାମାକ୍ଷା!
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା