୫ କେଜି ଗ୍ୟାସ ସିଲିଣ୍ଡର ବନ୍ଦ ନିଷ୍ପତି ତୁରନ୍ତ ପ୍ରତ୍ୟାହାର କର - ସି.ପି.ଆଇ.(ଏମ୍)
ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ଓଡ଼ିଶାରେ ୫ କେଜି ଏଲ୍ପିଜି ଗ୍ୟାସ ସିଲିଣ୍ଡର ଯୋଗାଣ ଓ ବିକ୍ରୀ ଉପରେ ରୋକ ଲଗାଇବା ବିଜେପି ସରକାରଙ୍କ ଏକ ସ୍ପଷ୍ଟ ଜନବିରୋଧୀ ଓ ଯନ୍ତ୍ରଣାଦାୟକ ପଦକ୍ଷେପ। ଏହି ଛୋଟ ସିଲିଣ୍ଡର ଉପରେ ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ, ବେକାର ଯୁବକ-ଯୁବତୀ ଓ ଅତି କ୍ଷୁଦ୍ର ଦୋକାନୀମା
୫ କେଜି ଗ୍ୟାସ ସିଲିଣ୍ଡର ବନ୍ଦ ନିଷ୍ପତି ତୁରନ୍ତ ପ୍ରତ୍ୟାହାର କର - ସି.ପି.ଆଇ.(ଏମ୍)


ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ଓଡ଼ିଶାରେ ୫ କେଜି ଏଲ୍ପିଜି ଗ୍ୟାସ ସିଲିଣ୍ଡର ଯୋଗାଣ ଓ ବିକ୍ରୀ ଉପରେ ରୋକ ଲଗାଇବା ବିଜେପି ସରକାରଙ୍କ ଏକ ସ୍ପଷ୍ଟ ଜନବିରୋଧୀ ଓ ଯନ୍ତ୍ରଣାଦାୟକ ପଦକ୍ଷେପ। ଏହି ଛୋଟ ସିଲିଣ୍ଡର ଉପରେ ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ, ବେକାର ଯୁବକ-ଯୁବତୀ ଓ ଅତି କ୍ଷୁଦ୍ର ଦୋକାନୀମାନେ ଦୈନିକ ଜୀବନ ଚଳାଇବା ପାଇଁ ନିର୍ଭର କରୁଥିଲେ। ସଙ୍କଟକାଳୀନ ପରିସ୍ଥିତିରେ ସରକାରଙ୍କ କାମ ହେଉଛି ଲୋକଙ୍କ ସମସ୍ୟା ସମାଧାନ କରିବା, କିନ୍ତୁ ସରକାର ତାହାର ପୂର୍ଣ୍ଣ ବିପରୀତ ପଥ ଅନୁସରଣ କରୁଛନ୍ତି। ସି.ପି.ଆଇ.(ଏମ୍) ଏହି ଜନବିରୋଧୀ ନିଷ୍ପତିକୁ ଦୃଢ ଭାବେ ନିନ୍ଦା କରୁଛି । ସରକାର ତୁରନ୍ତ ଏହି ଜନବିରୋଧୀ ନିର୍ଦ୍ଦେଶ ପ୍ରତ୍ୟାହାର କରି ୫ କେଜି ଗ୍ୟାସ ସିଲିଣ୍ଡର ଯୋଗାଣ ପୁନର୍ବାର ଆରମ୍ଭ କରିବାକୁ ଦାବି କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande