
ଭୁବନେଶ୍ୱର, 06 ଏପ୍ରିଲ (ହି.ସ.) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ନୂତନ ଭାବେ ନିଯୁକ୍ତ ହୋଇଥିବା କୁଳପତିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସେ ସୋସିଆଲ ମି଼ଡିଆରେ ଲେଖିଛନ୍ତି, ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ନୂତନ ଭାବେ ନିଯୁକ୍ତ ହୋଇଥିବା କୁଳପତିମାନଙ୍କୁ ଶୁଭେଚ୍ଛା । ଆପଣମାନଙ୍କ ନେତୃତ୍ୱରେ ବିଶ୍ୱବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ଗବେଷଣା ଓ ଇନୋଭେସନ ଆହୁରି ସୁଦୃଢ଼ ହେବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ‘ଜାତୀୟ ଶିକ୍ଷା ନୀତି’ ର ସଫଳ କ୍ରିୟାନ୍ୱୟନ ମାଧ୍ୟମରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ସକାରାତ୍ମକ ପରିବର୍ତ୍ତନ ଆସିବ ।
ଏହି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡ଼ିକ ଏକାଡେମିକ୍ ଉତ୍କର୍ଷର ନୂତନ ମାନଦଣ୍ଡ ସ୍ଥାପନ କରିବା ସହ ଆମର ଯୁବପିଢ଼ିଙ୍କୁ ଭବିଷ୍ୟତ ପାଇଁ ନୂତନ ଦିଗ୍ଦର୍ଶନ ପ୍ରଦାନ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ । ଆପଣମାନଙ୍କର ଏହି ନୂତନ ଯାତ୍ରା ଓ ସଫଳ କାର୍ଯ୍ୟକାଳ ପାଇଁ ଶୁଭକାମନା ।
------------
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ