ପୁଣି ବିଜେଡିର ବଡ଼ ଆକ୍ସନ, ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ନିଲମ୍ବିତ
ଭଦ୍ରକ, ୬ ଅପ୍ରେଲ (ହି.ସ.) - ବିଜେଡିର ପୁଣି ବଡ଼ ଆକ୍ସନ । ମଞ୍ଜୁଲତା ମଣ୍ଡଳ ଓ ମୁକ୍ତିକାନ୍ତ ମଣ୍ଡଳ ବିଜେଡିରୁ ନିଲମ୍ବିତ । ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ବିଜେଡିରୁ ସସ୍ପେଣ୍ଡ ହୋଇଛନ୍ତି । ସେହିଭଳି ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଦଳରୁ ନିଲମ୍ବିତ ହୋଇଛନ୍ତି । ଉଭୟ
EX. MP MANJULATA MANDAL & EX. MLA MUKTI MANDAL NILAMBITA


ଭଦ୍ରକ, ୬ ଅପ୍ରେଲ (ହି.ସ.) - ବିଜେଡିର ପୁଣି ବଡ଼ ଆକ୍ସନ । ମଞ୍ଜୁଲତା ମଣ୍ଡଳ ଓ ମୁକ୍ତିକାନ୍ତ ମଣ୍ଡଳ ବିଜେଡିରୁ ନିଲମ୍ବିତ । ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ବିଜେଡିରୁ ସସ୍ପେଣ୍ଡ ହୋଇଛନ୍ତି । ସେହିଭଳି ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଦଳରୁ ନିଲମ୍ବିତ ହୋଇଛନ୍ତି । ଉଭୟ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ନିଲମ୍ବିତ ହୋଇଥିବା ଜଣାପଡିଛି ।ନିଲମ୍ବିତ ପରେ ମୁକ୍ତିକାନ୍ତ ମଣ୍ଡଳ କହିଛନ୍ତି, କାହିଁକି ସସ୍ପେଣ୍ଡ କରାଗଲା ମୁଁ ଜାଣିନି । ମୁଁ କୌଣସି ପ୍ରକାର ଦଳବିରୋଧୀ କାର୍ଯ୍ୟ କରିନାହିଁ । ସରପଓଠରୁ ମୋର ରାଜନୈତିକu କ୍ୟାରିୟର ଆରମ୍ଭ । କେହି ଅସହିଷ୍ଣୁ ବ୍ୟକ୍ତିବିଶେଷ କିଛି ରିପୋର୍ଟ କରିଥାଇ ପାରନ୍ତି ବୋଲି ସେ କହିଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande