
ଜୟପୁର, ୦୬ ଏପ୍ରିଲ୍(ହି.ସ.) – ଜୟପୁର ବ୍ଲକ ଅନ୍ତର୍ଗତ କୁମୁଲିପୁଟ ଠାରେ ପଂଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଆଜି ଅନୁଷ୍ଟିତ ହୋଇଛି। ଏହି ଅଭିଯୋଗ ଶୁଣାଣିରେ ବିଡିଓ ଶକ୍ତି ମହାପାତ୍ର, ସହକାରି ନିବାହୀ ଯନ୍ତ୍ରୀ ବିଜୟ ନନ୍ଦ, ସହକାରି ଯନ୍ତ୍ରୀ ରଞ୍ଜିତା ରାଣି ପଣ୍ଡା. ଜିପିଓ ସୁବାସ ଖିଲ ସହ ଅନ୍ୟ ଲାଇନର ବ୍ଲକସ୍ତରିୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ ପଂଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ। ଗ୍ରାମବାସୀ ମାନେ ବିଭାଗର ଅଧିକାରି ମାନଙ୍କୁ ଅଙ୍ଗନବାଡୀ କେନ୍ଦ୍ର ନିର୍ମାଣ, ରାସ୍ତା ନାଳ ନିର୍ମାଣ ନେଇ ଦାବି କରିଥିଲୋ ଏହା ସହ ଦଣ୍ଡସେନାଗୁଡା ପମ୍ପ ହାଉସରେ ମଟର ଚୋରି ହୋଇଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ। ଏହାସହ ଉପସ୍ଥିତ ଅଧିକାରି ମାନେ ବିଭିନ୍ନ ସରକାରୀ ଯୋଜନା ର ଲାଭ କିପରି ପାଇବେ ସେ ନେଇ ସଚେତନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି