

ସମ୍ବଲପୁର, ୦୬, ଏପ୍ରିଲ୍ (ହି.ସ.) - ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଆଗାମୀ ଡିଜିଟାଲ୍ ଜନଗଣନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ଆଜି ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଶୋକ କୁମାର ଭୋଇଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଜନସାଧାରଣ ନିଜେ ନିଜର ତଥ୍ୟ 'ସ୍ୱ-ଗଣନା' ପୋର୍ଟାଲ ମାଧ୍ୟମରେ ଦାଖଲ କରିପାରିବେ। ନାଗରିକମାନେ ୱେବ ସାଇଡ୍ ରେ ମଧ୍ୟ ନିଜର ବିବରଣୀ ଦେଇପାରିବେ।
ସମୟ ସୀମା: ସ୍ୱ-ଗଣନା ପ୍ରକ୍ରିୟା ଆସନ୍ତା ୦୧-୦୪-୨୦୨୬ ରୁ ୧୫-୦୪-୨୦୨୬ ପର୍ଯ୍ୟନ୍ତ ଚାଲୁ ରହିବ। ଜନଗଣନାରୁ ଜନକଲ୍ୟାଣ ସଠିକ୍ ଜନଗଣନା ଦ୍ୱାରା ହିଁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ସମ୍ଭବ ହୋଇପାରିବ। ଏହି ସଚେତନତା ରଥ ଜିଲ୍ଲାର ବିଭିନ୍ନ ବ୍ଲକ୍, ପୌରାଂଚଳ ଏବଂ ଗ୍ରାମାଂଚଳ ପରିକ୍ରମା କରି ଡିଜିଟାଲ୍ ଜନଗଣନାର ସୁଫଳ ଓ ପ୍ରକ୍ରିୟା ବିଷୟରେ ଲୋକଙ୍କୁ ଟିକିନିଖି ସଚେତନ କରାଇବ। ଲୋକମାନେ କୌଣସି ପ୍ରକାର ଭୟ ବା ଦ୍ୱନ୍ଦ୍ୱରେ ନ ରହି ନିଜର ସଠିକ୍ ତଥ୍ୟ ପ୍ରଦାନ କରି ଦେଶର ବିକାଶରେ ସହଯୋଗ କରିବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।
ଆଜିର ଏହି କାର୍ଯ୍ୟକ୍ରମରେ ଜନଗଣନା ବିଭାଗୀୟ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ