
Odisha, 06 ଏପ୍ରିଲ୍ (ହି.ସ.)ଖୋର୍ଦ୍ଧା, ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଜନଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ , ପ୍ରତାପ ଚନ୍ଦ୍ର ବେଉରା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ , ଜ୍ୟୋତି ଶଙ୍କର ସାହୁ , ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ପ୍ରମୁଖ ଯୋଗଦେଇଥିଲେ l ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ କହିଲେ ଯେ ଜନ ଶୁଣାଣି କାର୍ଯ୍ୟକ୍ରମ ସୁଶାସନ ବ୍ୟବସ୍ଥାର ଏକ ପ୍ରମୁଖ ଅଙ୍ଗ, ଏଣୁ ପ୍ରତ୍ୟେକ ଅଧିକାରୀ ନିଜ କାର୍ଯ୍ୟାଳୟ ଅଧୀନ କୌଣସି ଅଭିଯୋଗର ସମାଧାନ କୁ ସ୍ଥଗିତ ନ ରଖି ସମାଧାନ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇଥିଲେ l ସମସ୍ତ ଅଭିଯୋଗ ଗୁଡ଼ିକୁ ସରକାର ଏବଂ ଜିଲ୍ଲା ପ୍ରଶାସନ ନିୟମାନୁସାରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ଆଜିର ଅଭିଯୋଗ ଶୁଣାଣି ରେ ମୋଟ ୧୧୮ ଗୋଟି ଅଭିଯୋଗ ଆସିଥିବାବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୧୧୨ ଗୋଟି ଏବଂ ଗ୍ରାମୀଣ ସମସ୍ୟା ଜନିତ ୦୬ ଗୋଟି ଅଭିଯୋଗ ଆସିଥିଲା l ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ତତ୍କାଳ ୦୯ ଗୋଟି ଅଭିଯୋଗ ର ସମାଧାନ କରିଥିବାବେଳେ ସୁଜାତା ସାହୁ, ଗ୍ରାମ: ବଣିଆଟାଙ୍ଗି, ପୋଷ୍ଟ: ବାଜପୁର, ଗ୍ରା ପ: ବାଜପୁର, ବ୍ଲକ୍:ଖୋର୍ଦ୍ଧା ଙ୍କୁ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା ୧୦ ହଜାର ଟଙ୍କା ଅନୁମୋଦନ କରିଥିଲେ l ଅନ୍ୟ ଅଭିଯୋଗ ଗୁଡ଼ିକୁ ସଂପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ଯଥାଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ lଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଆସିଷ୍ଟାଣ୍ଟ କଲେକ୍ଟର, ଅଭିଯୋଗ ଭୁବନେଶ୍ଵରୀ କଅଁର, ସମସ୍ତ ବି ଡି ଓ, ତହସିଲଦାର ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ