ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
କେନ୍ଦ୍ରାପଡା, ୬ ଅପ୍ରେଲ (ହି.ସ.)- ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସାଧାରଣ ଲୋକମାନେ ନିଜ ନିଜ ଅଭିଯୋଗ ଜିଲ୍ଲା ପ୍ରଶାସନଙ୍କ ନଜରକୁ ଆଣିଥିଲେ। ଆଜିର ଶିବିରରେ ମୋଟ
ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର


କେନ୍ଦ୍ରାପଡା, ୬ ଅପ୍ରେଲ (ହି.ସ.)- ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସାଧାରଣ ଲୋକମାନେ ନିଜ ନିଜ ଅଭିଯୋଗ ଜିଲ୍ଲା ପ୍ରଶାସନଙ୍କ ନଜରକୁ ଆଣିଥିଲେ। ଆଜିର ଶିବିରରେ ମୋଟ୍ ୯୮ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥି ମଧ୍ୟରୁ ୮୭ଟି ବ୍ୟକ୍ତିଗତ ଏବଂ ୧୧ଟି ସାମୁହିକ ଅଭିଯୋଗ ରହିଥିଲା। ସେଥିମଧ୍ୟରୁ ୧୬ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଏହା ସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଜଣଙ୍କୁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ପଟ୍ଟାମୁଣ୍ଡାଇ ବିଡିଓ ଓ ତହସିଲଦାର, ଡେପୁଟି କଲେକ୍ଟର (ସାଧାରଣ ଓ ବିବିଧ ବିଭାଗ) ସରୋଜ କୁମାର ବେହେରାଙ୍କ ସହ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ପ୍ରକାଶ ଥାଉକି, ଆସନ୍ତା ୧୩ ତାରିଖରେ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, କେନ୍ଦ୍ରାପଡ଼ା, ୨୦ ତାରିଖରେ ରାଜକନିକା ବ୍ଲକ କାର୍ଯ୍ୟ।ଳୟ, ୨୭ ତାରିଖରେ ଆଳି ବ୍ଲକ, ୪ ମଇରେ ମାର୍ଶାଘାଇ ବ୍ଲକ, ୧୧ ମଇ ମହାକାଳପଡ଼ା ବ୍ଲକ, ୧୮ ମଇରେ ଡେରାବିଶ ବ୍ଲକ ଏବଂ ୨୫ ମଇରେ ଗରଦପୁର ବ୍ଲକ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande