କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଦୟନୀୟ ଅବସ୍ଥାରେ ରୋଗୀ
କେନ୍ଦ୍ରାପଡା, ୬ ଅପ୍ରେଲ (ହି.ସ.)- ରାଜ୍ୟର ଅନ୍ୟତମ ଡାକ୍ତରଖାନା ଭାବେ ପରିଚିତ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ବର୍ଷ ହେଲା ଡାକ୍ତର ଅଭାବ ଥିବାରୁ ରୋଗୀମାନେ ଦୟନୀୟ ଅବସ୍ଥା ଭୋଗୁଛନ୍ତି । କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ କେନ୍ଦ୍ରାପଡା ଜିଲ୍ଲା, ଜଗତସିଂହପୁର, ଯାଜପୁର ଏବଂ ଚାନ୍ଦବ
କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ରେ ଦୟନୀୟ ଅବସ୍ଥାରେ ରୋଗୀ


କେନ୍ଦ୍ରାପଡା, ୬ ଅପ୍ରେଲ (ହି.ସ.)- ରାଜ୍ୟର ଅନ୍ୟତମ ଡାକ୍ତରଖାନା ଭାବେ ପରିଚିତ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ବର୍ଷ ହେଲା ଡାକ୍ତର ଅଭାବ ଥିବାରୁ ରୋଗୀମାନେ ଦୟନୀୟ ଅବସ୍ଥା ଭୋଗୁଛନ୍ତି । କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ କେନ୍ଦ୍ରାପଡା ଜିଲ୍ଲା, ଜଗତସିଂହପୁର, ଯାଜପୁର ଏବଂ ଚାନ୍ଦବାଲି ଅଂଚଳର ଦୈନିକ ଶହ ଶହ ରୋଗୀ ଚିକିତ୍ସା ହେବା ପାଇଁ ଆସୁଛନ୍ତି । କିନ୍ତୁ, ଦୁର୍ଭାଗ୍ୟର କଥା ରୋଗୀ ମାନଙ୍କ ପାଇଁ ଆଉଟ ଡୋରରେ ବସିବାର ସୁବିଧା ନଥିବା ବେଳେ ମାତ୍ର ୨ ରୁ ୩ ଜଣ ଡାକ୍ତର ରୋଗୀ ଦେଖୁଛନ୍ତି । ଯାହା ଫଳରେ ଆଉଟଡୋର ର ସମୟ ଦିନ ୧୨ଟା ପରେ ଶେଷ ହୋଇ ଯାଉଥିବାରୁ ରୋଗୀ ମାନେ ଡାକ୍ତରଙ୍କୁ ନ ଦେଖାଇ ଚିକିତ୍ସା ନହୋଇ ନିରାଶ ହୋଇ ଫେରୁଛନ୍ତି । ଏହି ଚିକିତ୍ସାଳୟକୁ ରୋଗୀମାନେ ଆସୁଥିଲେ ମଧ୍ୟ ଗୁରୁତର ରୋଗୀମାନେ ଉପର ମହଲାକୁ ଯିବା ଆସିବାରେ କଷ୍ଟ ଅନୁଭବ କରୁଛନ୍ତି । ଏବଂ ସେଠାରେ ରୋଗୀଙ୍କ ବସିବାର କୈାଣସି ସୁବିଧା ନଥିବାରୁ ରୋଗୀ ତଳ ବାରଣ୍ଡାରେ ବସିବା ସହିତ ଘଣ୍ଟା ଘଣ୍ଟା ଧରି ଶୋଇ ରହୁଛନ୍ତି । ତୁରନ୍ତ ଚିକିତ୍ସାଳୟରେ ଅଭାବ ଥିବା ଡାକ୍ତରଙ୍କ ସଂଖ୍ୟା ପୁରଣ କରିବା ସହିତ ରୋଗୀ ମାନଙ୍କୁ ଉତମ ଚିକିତ୍ସା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande