
କନ୍ଧମାଳ, ୦୬ ଏପ୍ରିଲ୍(ହି.ସ.) – ରାଜ୍ୟର ଆଦିବାସୀ ବର୍ଗଙ୍କ ବିକାଶ ପାଇଁ ଗଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ବିଭିନ୍ନ ଜିଲ୍ଲାରେ ସ୍ଥାନୀୟ ତଥା ଭାଜପାର ଦଳୀୟ ବ୍ୟକ୍ତିମାନଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ଏଥିରେ କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବରେ ବରିଷ୍ଠ ବିଜେପି ନେତା ଶ୍ରୀ ମାନଗୋବିନ୍ଦ ପ୍ରଧାନଙ୍କୁ ନିଯୁକ୍ତି ଦେଇଥିବାବେଳେ ଉପାଧ୍ୟକ୍ଷ ଭାବେ କଳ୍ପନା କହଁରଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର। ଫଳରେ ଜିଲ୍ଲାର ଆଦିବାସୀମାନଙ୍କ ବିକାଶ ପାଇଁ ଏହା ବେଶ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି। ନିଯୁକ୍ତି ପାଇବା ପରେ ଜିଲ୍ଲାର ଆଦିବାସୀଙ୍କ ମଧ୍ୟରେ ଏକ ଖୁସିର ଲହରୀ ଖେଳି ଯାଇଛି। ନିଯୁକ୍ତି ପରେ ଶ୍ରୀ ମାନଗୋବିନ୍ଦ ପ୍ରଧାନ ଓ ଉପାଧ୍ୟକ୍ଷ କଳ୍ପନା କୁମାରୀ କହଁର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି, କନ୍ଧମାଳ ସାଂସଦ ଓ ବରିଷ୍ଠ ବିଜେପି ନେତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଦାୟିତ୍ୱକୁ ନିଷ୍ଠା, ଆନ୍ତରିକତା ଓ ସଚୋଟ୍ଟତାର ସହ ତୁଲାଇବା ପାଇଁ ଉଦ୍ୟମ କରିବେ ବୋଲି ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ କହିଛନ୍ତି। ସେହିପରି ନବନିଯୁକ୍ତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶି ମାଝୀ, ବିଜେପି ରାଜ୍ୟ ସମ୍ପାଦକ ତଥା ବରିଷ୍ଠ ଆଇନଜୀବି ଭଗବାନ ମହାନ୍ତି, ବିଜେପି ନେତା ତଥା ଆଇନଜୀବି ରମେଶ ମହାନ୍ତି, ବିଜେପି ନେତା ଅଜିତ ପଟ୍ଟନାୟକ, ଟୁକୁ ଦଳ ବେହେରା, ପୂର୍ବତନ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ରାମ ବିଶି ଦିଗାଲ, ବିଜେପି ନେତ୍ରୀ ଅଜୟନ୍ତି ପ୍ରଧାନ, ବିଜେପି ନେତା ସଞ୍ଜିତ ମଣ୍ଡଳ, ସଞ୍ଜିତ କୁମାର ପାତ୍ର, ପରେଶ ମହାପାତ୍ର ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ