
ଜୟପୁର, ୦୬ ଏପ୍ରିଲ୍ (ହି.ସ.) - ଆସନ୍ତା ଖରିଫରେ ୟୁରିଆ ଅଭାବ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସାର ବିକ୍ରିରେ ଅନିୟମିତତା ଦେଖାଦେଇଛି। କୋଟପାଡର କୋଠାରୀ ଫର୍ଟିଲାଇଜର୍ସ ର ବିଭିନ୍ନ କାରଣ ଲଗି ଖିଲାପିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଲାଇସେନ୍ସ ସସପେଣ୍ଡ କରାଯାଇଛି। ୧୦ଦିନ ମଧ୍ୟରେ ନୋଟିସର ଉତର ଓ ଆବଶ୍ୟକ ଦସ୍ତାବିଜ ଦାଖଲ ନକଲେ ଖିଲାପିଙ୍କ ଲାଇସେନ୍ସ ସମ୍ପୂର୍ଣ୍ଣ ରଦ୍ଧ କରାଯିବ ବୋଲି କହିଛନ୍ତି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସନ୍ତୋଷ କୁମାର ଦଳବେହେରା।
ପ୍ରଶାସନ ପକ୍ଷରୁ ଗଢାଯାଇଛି ସ୍ୱତନ୍ତ୍ର ଯାଂଚ ଟିମ । ୟୁରିଆ ବିକ୍ରିରେ ଅନିୟମିତତା ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ସରକାରୀ ଓ ବେସରକାରୀ ବ୍ୟବସାୟ ପ୍ରତିଷ୍ଠାନରେ ଚଢଉ କରାଯାଇଥିଲା। ଉପଜିଲ୍ଲାପାଳ ଯଦୁମଣୀ ନାୟକ ସିଡିଏଓ ଏସ. ଦଳବେହେରା, କୃଷି ଜିଲ୍ଲା ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ଏଡିଏ କାହ୍ନୁ ଚରଣ ଦାସ, ବ୍ଲକ କୃଷି ଅଧିକାରୀ ଶୀତିକଣ୍ଠ ଦାସ ପ୍ରମୁଖ ଯାଂଚ ବେଳେ ଉପସ୍ଥିତ ଥିଲେ। କୋଟପାଡ ସାରଦୋକାନ ଉପରେ ଚଢାଉ କରାଯିବା ପରେ ଜୟପୁରର ସାର ହୋଲସେଲର ଲକ୍ଷ୍ମୀ ଟ୍ରେଡିପ୍ସ କୋ ଦୋକାନକୁ ଯାଂଚ କରାଯାଇଥିଲା।
କୋଟପାଡ ମିଲର କିଣା ବିକା ଗଚ୍ଛିତ ମାଲ ଲେଜର ନାହିଁଁ। ଏମିତିକି ଡେଲିଭରି ଚାଲାଣ ବି ରଖିନଥିଲେ। ସମସ୍ତ ଖିଲାପିଙ୍କୁ ତାଗିଦ କରାଯାଇଛି। ନୋଟିସ ଉତର ଦେବା ପରେ ବରବର୍ତି ପଦକ୍ଷେପ ନିଆଯିବ।
ହିନ୍ଦୁସ୍ଥାନ ସମାଚାର / ପିକେପି