ଦେଶରେ ରୋଷେଇ ଗ୍ୟାସର ପର୍ଯ୍ୟପ୍ତ ଭଣ୍ଡାର, ଭୟ କରି ଅନାବଶ୍ୟକ ସଂରକ୍ଷଣ ନକରନ୍ତୁ- କେନ୍ଦ୍ର
ନୂଆଦିଲ୍ଲୀ, ୦୬ ଏପ୍ରିଲ୍(ହି.ସ.) – କେନ୍ଦ୍ର ସରକାର ଲିକ୍ୟୁଫାଇଡ ପେଟ୍ରୋଲିୟମ୍ ଗ୍ୟାସ୍(ଏଲ୍ପିଜି) ଏବଂ ଇନ୍ଧନର ଆପୂର୍ତିକୁ ନେଇ ସୋସିଆଲ ମିଡିଆରେ ବ୍ୟାପୁଥିବା ଅନେକ ପ୍ରକାର ଭ୍ରମାତ୍ମକ ଖବର ଏବଂ ଗୁଜବ ଉପରେ ଲୋକ ବିଶ୍ୱାସ ନକରିବାକୁ ଅପିଲ କରିଛନ୍ତି। ସରକାର କହିଛନ୍ତି ଯେ ଭାରତରେ ଇନ୍ଧନ ଏବଂ ଗ୍
ଦେଶରେ ରୋଷେଇ ଗ୍ୟାସର ପର୍ଯ୍ୟପ୍ତ ଭଣ୍ଡାର, ଭୟ କରି ଅନାବଶ୍ୟକ ସଂରକ୍ଷଣ ନକରନ୍ତୁ- କେନ୍ଦ୍ର


ନୂଆଦିଲ୍ଲୀ, ୦୬ ଏପ୍ରିଲ୍(ହି.ସ.) – କେନ୍ଦ୍ର ସରକାର ଲିକ୍ୟୁଫାଇଡ ପେଟ୍ରୋଲିୟମ୍ ଗ୍ୟାସ୍(ଏଲ୍ପିଜି) ଏବଂ ଇନ୍ଧନର ଆପୂର୍ତିକୁ ନେଇ ସୋସିଆଲ ମିଡିଆରେ ବ୍ୟାପୁଥିବା ଅନେକ ପ୍ରକାର ଭ୍ରମାତ୍ମକ ଖବର ଏବଂ ଗୁଜବ ଉପରେ ଲୋକ ବିଶ୍ୱାସ ନକରିବାକୁ ଅପିଲ କରିଛନ୍ତି। ସରକାର କହିଛନ୍ତି ଯେ ଭାରତରେ ଇନ୍ଧନ ଏବଂ ଗ୍ୟାସ୍ର ପର୍ଯ୍ୟପ୍ତ ଷ୍ଟକ୍ ଅଛି। ଉପଭୋକ୍ତା ନିଜ ଆବଶ୍ୟକତା ଅନୁଯାୟୀ କିଣାକିଣି କରନ୍ତୁ ଏବଂ ଭୟ କରି ଅନାବଶ୍ୟକ ସଂଗ୍ରହ ନକରନ୍ତୁ। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟରେ ସଂଯୁକ୍ତ ସଚିବ ସୁଜାତା ଶର୍ମା ସୋମବାର ଦିନ ରାଷ୍ଟ୍ରୀୟ ମିଡିୟା କେନ୍ଦ୍ରରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦେଶରେ ଗ୍ୟାସର ପର୍ଯ୍ୟାପ୍ତ ଷ୍ଟକ୍ ରହିଛି ଏବଂ ପ୍ରତିଦିନ ପ୍ରାୟ ୫୦ ଲକ୍ଷ ସିଲିଣ୍ଡର ବିକ୍ରି କରାଯାଉଛି। ଗତ ୧୪ ଦିନରେ ୬.୭୫ ଲକ୍ଷରୁ ଅଧିକ ଛୋଟ ସିଲିଣ୍ଡର ବିକ୍ରି କରାଯାଇଛି। ଶର୍ମା କହିଛନ୍ତି ଯେ ବୃଦ୍ଧି ପାଉଥିବା ଚାହିଦାକୁ ଦେଖି ସରକାର ୫ କିଲୋଗ୍ରାମର ଛୋଟ ଏଲ୍ପିଜି ସିଲିଣ୍ଡରର ବ୍ରିକି ତୀବ୍ର କରିଦେଇଛନ୍ତି। ଏଥିପାଇଁ ଉପଭୋକ୍ତା କେବଳ ଏକ ବୈଧ ପରିଚୟ ପତ୍ର ସହିତ ନିକଟତମ ବିକ୍ରେତାଙ୍କ ଠାରୁ ୫ କିଲୋର ସିଲିଣ୍ଡର ନେଇପାରିବେ। ଏଥିପାଇଁ ଆବାସ ପ୍ରମାଣ ପତ୍ରର ଆବଶ୍ୟକତା ନାହିଁ। ଚାରି ଅପ୍ରେଲକୁ ଏହାର ବିକ୍ରି ୯୦ ହଜାର ପାର ପହଂଚିଯାଇଛି। କୌଣସି ବିକ୍ରେତାଙ୍କ ପାଖରେ ଷ୍ଟକ୍ ସରିବାର ସ୍ଥିତି ନାହିଁ। ଗତ ପାଂଚ ସପ୍ତାହରେ ପ୍ରାୟ ୧୮ କୋଟି ଘରକୁ ଏଲ୍ପିଜି ସିଲିଣ୍ଡର ପହଂଚାଯାଇଛି। ସେ କହିଛନ୍ତି ଯେ ପଶ୍ଚିମ ଏସିୟା ସଂଘର୍ଷ କାରଣରୁ ଏଲ୍ପିଜି ଆୟାତ ପ୍ରଭାବିତ ହୋଇଛି, କାହିଁକି ଭାରତ ନିଜ ଆବଶ୍ୟକତାର ଏକ ବଡ଼ ଭାଗ ଏହି ଅଂଚଳରୁ ମଗାଯାଏ। ସରକାର ସମୟ ଥାଇ ଅତିରିକ୍ତ କାର୍ଗୋର ବ୍ୟବସ୍ଥା କରିନିଆ ଯାଇଛି। ଯାହାଫଳରେ ଘରୋଇ ଉପଭୋକ୍ତାଙ୍କୁ କୌଣସି ପ୍ରକାରର ସମସ୍ୟାର ସାମ୍ନା ନକରିବା ପଡ଼େ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande