ମିଳୁନାହିଁ ରନ୍ଧନ ଗ୍ୟାସ ସିଲିଣ୍ଡର : ହାତବାନ୍ଧି ବସିଛନ୍ତି ଜଳଖିଆ ଦୋକାନୀ, ସମସ୍ୟା ଭୋଗୁଛନ୍ତି ଗ୍ରାହକ
ଜୟପୁର, ୬ ଅପ୍ରେଲ (ହି.ସ.)- ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ ଏବେ ସବୁଠି ଦେଖିବାକୁ ମିଳିଛି । ସବୁ କ୍ଷେତ୍ରରେ ଦେଖିବାକୁ ମିଳିଛି । ଦିଲ୍ଲୀଠାରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଯୁଦ୍ଧର ପ୍ରଭାବ । କେଉଁଠି ଖାଦ୍ୟ ସାମଗ୍ରୀ ହେଉ ତ କେଉଁଠି ଗ୍ୟାସ , ସବୁଠାରେ ଯୁଦ୍ଧର ପ୍ରଭାବ ଲକ୍ଷ୍ୟ କରାଯ
ମେଳୁ ନାହିଁ ଗ୍ୟାସ ସିଲିଣ୍ଡର, ହାତବାନ୍ଧି ବସିଛନ୍ତି ଜଳଖିଆ ଦୋକାନୀ ସମସ୍ୟା ଭୋଗୁଛନ୍ତି ଗ୍ରାହକ


ଜୟପୁର, ୬ ଅପ୍ରେଲ (ହି.ସ.)- ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ ଏବେ ସବୁଠି ଦେଖିବାକୁ ମିଳିଛି । ସବୁ କ୍ଷେତ୍ରରେ ଦେଖିବାକୁ ମିଳିଛି । ଦିଲ୍ଲୀଠାରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଯୁଦ୍ଧର ପ୍ରଭାବ । କେଉଁଠି ଖାଦ୍ୟ ସାମଗ୍ରୀ ହେଉ ତ କେଉଁଠି ଗ୍ୟାସ , ସବୁଠାରେ ଯୁଦ୍ଧର ପ୍ରଭାବ ଲକ୍ଷ୍ୟ କରାଯାଇଛି । ମୁଖ୍ୟତଃ ଏହି ପ୍ରଭାବ ରନ୍ଧନ ଗ୍ୟାସ ଉପରେ ପଡ଼ିଛି । ବିଶେଷକରି ରନ୍ଧନ ଗ୍ୟାସ୍ ସିଲିଣ୍ଡର୍ ସଙ୍କଟ ଏବେ ସାଧାରଣ ଲୋକଙ୍କୁ ପ୍ରଭାବିତ କରିଛି । କୋରାପୁଟ ଜିଲା ଜୟପୁର ସହର କିମ୍ବା ଗ୍ରାମାଞ୍ଚଳରେ ଗ୍ୟାସ୍ ସିଲିଣ୍ଡର୍ ମିଳୁ ନଥିବାରୁ ଅନେକ ଜଳଖିଆ ଦୋକାନୀ ହାତବାନ୍ଧି ବସିଛନ୍ତି । ବିଭିନ୍ନ ସ୍ଥାନରୁ ଏହି ସହରକୁ ଆସୁଥିବା ଲୋକମାନେ ବିଶେଷ ହଇରାଣ ହେଉଛନ୍ତି । ରନ୍ଧନ ଗ୍ଯାସ ସଙ୍କଟ

କାରଣରୁ ରାଜ୍ୟର ଅଧିକାଂଶ ସହରରେ ଥିବା ଜଳଖିଆ ଦୋକାନ ବନ୍ଦ ରହିଛି । ରନ୍ଧନ ଗ୍ୟାସ୍ ଅଭାବ ପାଇଁ ଏବେ ଅନେକ ଜଳଖିଆ ଦୋକାନରେ ବେପାର ଠପ୍ ହୋଇଯାଇଛି । ଏବେ ଜଳଖିଆ ଦୋକାନ ବନ୍ଦ ରହୁଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାତ୍ର ଯେଉଁ କେତୋଟି ଜଳଖିଆ ଦୋକାନ ଖୋଲା ରହୁଛି ସେଠାରେ ପ୍ରବଳ ଗହଳି ହେଉଛି । ଗ୍ୟାସ୍ ସିଲିଣ୍ଡର୍ ଅଭାବ ପାଇଁ କେବଳ ସହର ଭିତରର ଜଳଖିଆ ଦୋକାନ ବନ୍ଦ ରହୁଛି ତାହା ନୁହେଁ ବରଂ କିଛି ହୋଟେଲ ଓ ଜଳଖିଆ ଦୋକାନ ବନ୍ଦ ରହିଛି । ଅନ୍ୟପଟରେ କୋରାପୁଟ ଜିଲାକୁ ଆସୁଥିବା ପର୍ଯ୍ୟଟକ ମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏମିତିକି ହୋଟେଲ ଓ ଜଳଖିଆ ଦୋକନରେ ଥିବା ମେନୁକୁ ମଧ୍ୟ ପରିବର୍ତନ କରିସାରିଲେଣି ଅନେକ ମାଲିକ । ସରକାର ବାରମ୍ବାର ଗ୍ୟାସର ଅଭାବ ନଥିବା କହୁଛନ୍ତି, ମାତ୍ର ଅନେକ ଜଳଖିଆ ଦୋକାନୀ ଓ ହୋଟେଲ ମାନଙ୍କରେ ଗ୍ୟାସ ସରିଯିବାରୁ ବ୍ଲାକରେ ୩୦୦୦ରୁ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଦେଇ କିଣିବାକୁ ବାଧ୍ୟ ହେଉଛନ୍ତି । ପ୍ରତ୍ୟେକ ଦିନ ବହୁ ମାତ୍ରାରେ ଗ୍ୟାସ ସିଲିଣ୍ଡର ରାଜ୍ୟର ବିଭିନ୍ନ ସ୍ଥାନର କଳାବଜାରୀଙ୍କ ଠାରୁ ଜବତ କରାଯାଉଛି ମାତ୍ର ଗ୍ୟାସର ଅଭାବ ସେହିଭଳି ଲାଗିରହିଛି । ଅନେକ ଉଠାଦୋକାନୀ ବାଧ୍ୟ ହୋଇ ବ୍ୟବସାୟ ବନ୍ଦ କରି ନିଜ ଗାଁକୁ ମଧ୍ୟ ପଳାଇଯାଉଥିବା ଦେଖିବାକୁ ମିଳୁଛି । ଅନେକ ସ୍ଥାନରେ ଥିବା ଜଳଖିଆ ଦୋକାନୀ ନିଜର ଖାଦ୍ୟ ମୂଲ୍ୟ ମଧ୍ୟ ବଢ଼ାଇ ଦେଇଛନ୍ତି । ଗ୍ୟାସ୍ ସିଲିଣ୍ଡର୍ ସଙ୍କଟ ପାଇଁ ସହର ବାସିନ୍ଦା ଏବେ ଘରେ ଜଳଖିଆ ତିଆରି କରି ଖାଉଛନ୍ତି । ଗ୍ୟାସ ନେବାକୁ ଗ୍ୟାସ ଏଜେନ୍ସୀ ଆଗରେ ପ୍ରବଳ ଭିଡ଼ ଲାଗିରହୁଥିବା ଦେଖିବାକୁ ମିଳୁଛି । ଆଗାମୀ ଦିନରେ ଯଦି

ଏହି ସଙ୍କଟ ନଟଳେ ତେବେ ଲୋକମାନେ ଆହୁରି ଅସୁବିଧାର ସମ୍ମୁଖୀନ ହେବା ଜଳଜଳ ଦେଖାଯାଉଛି । କେଉଁଦିନ ଏହି ଗ୍ୟାସ୍ ସିଲିଣ୍ଡର୍ ସଙ୍କଟ ଦୂର ହେଉଛି ତାକୁ ଅପେକ୍ଷା କରିଛନ୍ତି ଜିଲ୍ଲାବାସୀ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande