ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ
ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ପ୍ରଭୂ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତିରେ ପୁଣି ବିଭ୍ରାଟ ସୃଷ୍ଟି ହୋଇଛି। ଦୁଇ ସେବା ନିଯୋଗଙ୍କ ମଧ୍ୟରେ ବିବାଦ ଯୋଗୁଁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି। ସକାଳ ୧୦ଟାରେ ସାହାଣ ମେଲା ପରଠାରୁ ସମସ୍ତ ନୀତିକାନ୍ତି ବନ୍ଦ ରହିଛି । ବଡୁ ନିଯୋଗର ଅଭିଯୋଗ ହେଉଛି
Lingaraj Temple


ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ପ୍ରଭୂ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତିରେ ପୁଣି ବିଭ୍ରାଟ ସୃଷ୍ଟି ହୋଇଛି। ଦୁଇ ସେବା ନିଯୋଗଙ୍କ ମଧ୍ୟରେ ବିବାଦ ଯୋଗୁଁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି। ସକାଳ ୧୦ଟାରେ ସାହାଣ ମେଲା ପରଠାରୁ ସମସ୍ତ ନୀତିକାନ୍ତି ବନ୍ଦ ରହିଛି । ବଡୁ ନିଯୋଗର ଅଭିଯୋଗ ହେଉଛି ମନ୍ଦିର ଟ୍ରଷ୍ଟି ନାରାୟଣ ମହାପାତ୍ର, ହେମାଦ୍ରୀ ମହାପାତ୍ରଙ୍କ ସମେତ ସୁଆର ନିଯୋଗର ୨୫ ରୁ ଅଧିକା ସେବାୟତ ଅଚାନକ ଯୋଜନାବଧ ଭାବରେ ମନ୍ଦିର ଗର୍ଭଗୃହ ମଧ୍ୟକୁ ପ୍ରବେଶ କରି ଲିଙ୍ଗରାଜଙ୍କ ଲିଙ୍ଗକୁ ଘୋଡାଇ ରଖିଥିବା ରୂପା ଘୋଡ଼କୁ କାଢି ନେବାକୁ ଚେଷ୍ଟା କରୁଥିବା ସମୟରେ ପାଳିଆ ବଡୁ କମଳାକାନ୍ତ ବଡୁ ବିରୋଧ କରିଥିଲେ। ସେହି ସମୟରେ ଉଭୟ ନିଯୋଗ ମଧରେ ପାଟିତୁଣ୍ଡ ସହ ଠେଲା ପେଲା ପରିସ୍ଥିତି ଉପୁଜିଥିବା ଅଭିଯୋଗ ଆଣିଛନ୍ତି କମଳାକାନ୍ତ ବଡୁ। ଯାହା ପରଠାରୁ ଉଭୟ ନିଯୋଗ ପକ୍ଷରୁ ବିରୋଧ କରାଯାଇ ମନ୍ଦିର ନୀତିକାନ୍ତି ବନ୍ଦ ରହିଛି। ତେବେ ଘଟଣାରେ ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଜ଼ିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଉଭୟ ନିଯୋଗ। ସେପଟେ ପୂର୍ବରୁ ମଧ୍ୟ ନାରାୟଣ ମହାପାତ୍ର ଲିଙ୍ଗରାଜଙ୍କ ଘୋଡ କାଢି ନେବ ନେଇ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ବଡୁ ନିଯୋଗର କମଳାକାନ୍ତ ବଡୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande