ମା’ ଭଦ୍ରକାଳୀଙ୍କ ପୀଠରେ ବଡ଼ଧରଣର ଲୁଟ, ତାଲା ଭାଙ୍ଗି ଲୁଟିନେଲେ ଲୁଟେରା, ୨ ଅଟକ
ଭଦ୍ରକ, ୬ ଅପ୍ରେଲ (ହି.ସ.) - ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରୁ ହୋଇଛି ବଡ଼ଧରଣର ଚୋରି । ମା’ ଙ୍କ ପୀଠରେ ଘୋଡା ମେଳଣ ଚାଲିଥିବା ବେଳେ ମନ୍ଦିରର ହୁଣ୍ଡି ବାକ୍ସ ଭାଙ୍ଗି ଟଙ୍କା ନେବା ସହ କୋଠ ଘର ଭାଙ୍ଗିଛନ୍ତି ଦୁର୍ବୃତମାନେ । ଫଳରେ ମା''ଙ୍କ ନୀତିକାନ୍ତି ବନ୍ଦ ହୋଇଯାଇଥିବାର ସୂ
MAA BHADRAKALI PITHA LUT CASE


ଭଦ୍ରକ, ୬ ଅପ୍ରେଲ (ହି.ସ.) - ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରୁ ହୋଇଛି ବଡ଼ଧରଣର ଚୋରି । ମା’ ଙ୍କ ପୀଠରେ ଘୋଡା ମେଳଣ ଚାଲିଥିବା ବେଳେ ମନ୍ଦିରର ହୁଣ୍ଡି ବାକ୍ସ ଭାଙ୍ଗି ଟଙ୍କା ନେବା ସହ କୋଠ ଘର ଭାଙ୍ଗିଛନ୍ତି ଦୁର୍ବୃତମାନେ । ଫଳରେ ମା'ଙ୍କ ନୀତିକାନ୍ତି ବନ୍ଦ ହୋଇଯାଇଥିବାର ସୂଚନା ମିଳିଛି । ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଲୁଟେରାମାନେ ମନ୍ଦିର ପଛରେ ଥିବା ଗ୍ରୀଲ୍ ଡେଇଁ ଭିତରକୁ ପ୍ରବେଶ କରିଥିଲେ । ଏହାପରେ ହୁଣ୍ଡି ଭାଙ୍ଗି ଖୁଚୁରା ଟଙ୍କାକୁ କପଡ଼ାରେ ବାନ୍ଧି ନେବାକୁ ଚେଷ୍ଟା କରିଥିଲେ । ହେଲେ କୌଣସି କାରଣରୁ ମନ୍ଦିରରେ କପଡ଼ା ପୁଟୁଳି ଫିଙ୍ଗି ଫେରାର ହୋଇଛନ୍ତି । ସେହିପରି କୋଠ ଘରର କବାଟ ମଧ୍ୟ ଭଙ୍ଗାଯାଇଛି । କେତେ ପରିମାଣର କଣ ଲୁଟ୍ ହୋଇଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଲୁଟ୍ ସଂପର୍କରେ ଖବର ପାଇ ଏସପି ମନୋଜ ରାଉତ ସଦଳ ବଳେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଏପିରିକି ସାଇଂଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ଜରିଆରେ ଛାନବିନ ବି କରି ଦୁଇଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।ତେବେ ମନ୍ଦିରରେ ତଦନ୍ତ ଆରମ୍ଭ ହୋଇଥିବାରୁ ମାଆଙ୍କ ନୀତିକାନ୍ତି ବନ୍ଦ ରହିଛି । ନୀତିକାନ୍ତି ବନ୍ଦ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେହିପରି ମନ୍ଦିରରେ ଅବ୍ୟବସ୍ଥାକୁ ନେଇ ସେବାୟତମାନେ ମନ୍ଦିର ସମ୍ମୁଖରେ ଧାରଣାରେ ବସିଥିଲେ ।ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ନିର୍ଦେଶ କ୍ରମେ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ଓ ତହସିଲଦାର ଘଟଣା ସ୍ଥଳରେ ପହଂଚି ସେବାୟତ ମାନଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande