

ବଲାଙ୍ଗୀର, ୦୬ ଏପ୍ରିଲ୍(ହି.ସ.) – ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଚମ୍କା ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ବିଧାୟକ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ଘୁରି ରୋଗୀମାନଙ୍କ ସହ ଆଲୋଚନା କରି ସେମାନଙ୍କର ସମସ୍ୟା ଶୁଣିଥିଲେ। ସେ ଡାକ୍ତର ଓ ଚିକିତ୍ସାକର୍ମୀମାନଙ୍କ ସହ ବୈଠକ କରି ଚିକିତ୍ସା ସେବାର ମାନ, ଔଷଧ ଯୋଗାଣ ଓ ପରିଚ୍ଛନ୍ନତା ବ୍ୟବସ୍ଥା ନେଇ ସମୀକ୍ଷା କରିଥିଲେ।
ବିଧାୟକ କଳିକେଶ ରୋଗୀମାନଙ୍କୁ ସମୟମତେ ଓ ଉତମ ଚିକିତ୍ସା ସେବା ଦେବା ପାଇଁ ହସ୍ପିଟାଲ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ କହିବା ଅନୁସାରେ, ହସ୍ପିଟାଲରେ କୌଣସି ପ୍ରକାରର ଅବ୍ୟବସ୍ଥା ସହି ହେବ ନାହିଁ ଓ ଯେଉଁ ସମସ୍ୟାଗୁଡିକ ଚିହ୍ନଟ ହୋଇଛି, ସେଗୁଡିକୁ ଶୀଘ୍ର ସମାଧାନ କରାଯିବ।
ପରିଦର୍ଶନ ସମୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ , ପୌରାଧ୍ୟକ୍ଷା ଲିକା ସାହୁ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ ଏବଂ କାଉନସିଲର ମାନେ ଉପସ୍ଥିତ ଥିବାବେଳେ ହସ୍ପିଟାଲ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନର କର୍ମଚାରୀମାନେ ଉପସ୍ଥିତ ଥିଲେ।
ପରେପରେ ସନ୍ଧ୍ୟା ସମୟରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଅଧ୍ୟକ୍ଷତାରେ ସାର୍କିଟ ହାଉସ ଠାରେ ବଲାଙ୍ଗୀର ଜିଲ୍ଲାରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଓ ସହରୀ ଜନସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ଗ୍ରାମ ଓ ସହର ଅଂଚଳରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା, ପାଇପଲାଇନ ବିସ୍ତାର, ଜଳ ସଂରକ୍ଷଣ ପ୍ରକଳ୍ପ ଓ ଜନସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ମୁଦ୍ଦା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା।
ବିଧାୟକ ଶ୍ରୀ ସିଂହଦେଓ ଜଳଯୋଗାଣ ସେବାକୁ ଆହୁରି ସୁଚାରୁ କରିବା ସହ ତାଲପାଲି ବନ୍ଧ କନ୍ଧପାଲି ବନ୍ଧ ଓ ରାଣୀ ବନ୍ଧର ଯେହେତୁ ଉନ୍ନତି କାର୍ଯ୍ଯ ତ୍ୱରାନ୍ୱିତ ରହିଛି ସେଠାକାର ଲୋକମାନଙ୍କୁ ନିୟମିତ ଓ ଶୁଦ୍ଧ ପାଣି ଯୋଗାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ସେହିପରି ଗ୍ରୀଷ୍ମ ପ୍ରବାହକୁ ଆଖିଆଗରେ ରଖି ସହରୀ ଅଂଚଳରେ ନିୟମିତ ପାନୀୟଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇ ଥିଲେବିଭାଗୀୟ ଅଧିକାରୀମାନେ ନିଜ ନିଜ କାର୍ଯ୍ୟର ପ୍ରଗତି ସମ୍ପର୍କରେ ଅବଗତ କରାଇଥିବା ବେଳେ, ଲୋକମାନଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ସମନ୍ୱୟ ରଖି କାମ କରିବାକୁ ଆଶ୍ୱାସନ ଦେଇଥିଲେ।
ଏହି ସମୀକ୍ଷା ବୈଠକ ଜିଲ୍ଲାର ଜଳଯୋଗାଣ ଓ ଜନସ୍ୱାସ୍ଥ୍ୟ ସେବାକୁ ଆରୋ ମଜବୁତ କରିବାରେ ସହାୟକ ହେବ ବୋଲି ଆଶା। ଏହି ସମିକ୍ଷା ବୈଠକ ରେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନୀଧି ଖମାରୀଙ୍କ ସମେତ ବଲାଙ୍ଗିର ବ୍ଲକ ର ପୁର୍ବତନ ଅଧ୍ୟକ୍ଷ ଗୁଲାପ ବାଗ ଓ ଲକ୍ଷ୍ମଣ ମେହେର ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ