ଆସାମରେ ବିଜେପି- ଏନଡିଏର ହ୍ୟାଟ୍ରିକ ବିଜୟ ନିଶ୍ଚିତ- ମୋଦି
ବାରପେଟା, ୦୬ ଏପ୍ରିଲ (ହି.ସ.)। ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆସାମର ବାରପେଟାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି କହିଛନ୍ତି ଯେ ରାଜ୍ୟର ଲୋକମାନେ ଏଥର ଦୁଇଟି ବଡ଼ ନିଷ୍ପତି ନେଇସାରିଛନ୍ତି—ପ୍ରଥମତଃ, ବିଜେପି-ଏନଡିଏ
ପିଏମ


ବାରପେଟା, ୦୬ ଏପ୍ରିଲ (ହି.ସ.)। ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଓ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆସାମର ବାରପେଟାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ

କରି କହିଛନ୍ତି ଯେ ରାଜ୍ୟର ଲୋକମାନେ ଏଥର ଦୁଇଟି ବଡ଼ ନିଷ୍ପତି ନେଇସାରିଛନ୍ତି—ପ୍ରଥମତଃ, ବିଜେପି-ଏନଡିଏ

ସରକାରର ହ୍ୟାଟ୍ରିକ୍ ଏବଂ ଦ୍ୱିତୀୟତଃ, କଂଗ୍ରେସର “ଶାହୀ ପରିବାର” ନେତାଙ୍କ ପରାଜୟର ନୂତନ ରେକର୍ଡ ସୃଷ୍ଟି

କରିବା।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସାମର ଲୋକମାନଙ୍କ ଉତ୍ସାହ, ଶକ୍ତି ଏବଂ ଆଶୀର୍ବାଦ

ଅଦ୍ଭୁତ। ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏଥର ରାଜ୍ୟରେ ଏକ “ଉର୍ଜାବାନ” ବିଜେପି-ନେତୃତ୍ୱ ଏନଡିଏ

ସରକାର ଗଠିତ ହେବ। ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ଦଳର ପାଖରେ ବିକାଶ ପାଇଁ

ଦୀର୍ଘକାଳୀନ ଦୃଷ୍ଟିକୋଣର ଅଭାବ ରହିଛି ଏବଂ ସେମାନେ କେବଳ ଅଲ୍ପକାଳୀନ ଲାଭ ଓ ଦୁର୍ନୀତିରେ

କେନ୍ଦ୍ରିତ ରହିଛନ୍ତି।

ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ଆଦିବାସୀ ସମାଜ ସହ “ସବୁଠାରୁ ବଡ଼

ଅନ୍ୟାୟ” କରିବାର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସର ଦୀର୍ଘ ଶାସନକାଳରେ

ଆଦିବାସୀ ଅଞ୍ଚଳରେ ଦରିଦ୍ରତା,

ହିଂସା ଓ ଅସୁରକ୍ଷା

ସମସ୍ୟା ସବୁଠାରୁ ଅଧିକ ଥିଲା।

ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଅନୁପ୍ରବେଶକାରୀଙ୍କ ଖୋଲାମେଲା

ସମର୍ଥନ କରୁଛି ଏବଂ ଅବୈଧ ଦଖଲ ବିରୋଧରେ କାର୍ଯ୍ୟକୁ ବିରୋଧ କରୁଛି। ମୋଦି କହିଛନ୍ତି ଯେ

କଂଗ୍ରେସ ଏମିତି ଆଇନର କଥା କହୁଛି, ଯେଉଁଥିରେ “ଅନୁପ୍ରବେଶ” ଶବ୍ଦ କହିବା ମଧ୍ୟ ଅପରାଧ ହୋଇପାରେ ଏବଂ

ସେମାନଙ୍କୁ ପୀଡ଼ିତ ଘୋଷଣା କରାଯାଇପାରେ, ଯାହାରୁ ଆସାମର ମୂଳ ନିବାସୀ ଓ ଜନଜାତି ସମୁଦାୟମାନଙ୍କୁ ଆଇନଗତ ବିପଦ

ହେବ।

ମୋଦି କହିଛନ୍ତି ଯେ ବିଜେପି ସରକାର “ବିକଶିତ ଆସାମ” ଲକ୍ଷ୍ୟ ସହ

“ବିକଶିତ ଭାରତ” ଦିଗରେ କାମ କରୁଛି। ଗତ ୧୦ ବର୍ଷରେ ଆସାମକୁ ଭୟ ଓ ଅସ୍ଥିରତାରୁ ବାହାର କରିବା, ଶାନ୍ତି ସ୍ଥାପନ

କରିବା ଏବଂ ତାହାର ପରିଚୟକୁ ସୁରକ୍ଷିତ କରିବାର କାମ ହୋଇଛି। ଆସନ୍ତା ଦଶକ ଆସାମକୁ ଆତ୍ମନିର୍ଭର

କରିବା ଓ ତାହାର ପରିଚୟକୁ ବିଶ୍ୱସ୍ତରରେ ସ୍ଥାପିତ କରିବାର ହେବ।

ପ୍ରଧାନମନ୍ତ୍ରୀ କୃଷକମାନଙ୍କ ବିଷୟରେ ମଧ୍ୟ କଂଗ୍ରେସର ସମାଲୋଚନା

କରିଛନ୍ତି। ସେ କହିଛନ୍ତି ଯେ ୨୦୧୪ ପୂର୍ବରୁ ୧୦ ବର୍ଷରେ ଧାନ କୃଷକମାନେ ନ୍ୟୁନତମ ସମର୍ଥନ

ମୂଲ୍ୟ (ଏମଏସପି) ଅଧୀନରେ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ପାଇଥିଲେ, ଯେତେବେଳେ ୨୦୧୪

ପରେ ଏହା ବଢ଼ି ୧୬ ଲକ୍ଷ କୋଟି ଟଙ୍କା ହୋଇଛି। ସେ କହିଥିଲେ ଯେ ୨୦୧୩ରେ ଧାନର ଏମଏସପି ପ୍ରତି

କ୍ୱିଣ୍ଟାଲ ୧୩୦୦ ଟଙ୍କା ଥିଲା,

ଯାହା ବର୍ତ୍ତମାନ

ବଢ଼ି ପ୍ରାୟ ୨୩୭୦ ଟଙ୍କା ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande