ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡିରେ ସର୍ବାଧିକ ୬୦.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୬ ଅପ୍ରେଲ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡିରେ ସର୍ବାଧିକ ୬୦.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ନୟାଗଡ଼ ଜିଲ୍ଲାର ରଣପୁରରେ ୫୬.୨ ମି.ମି., ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା(ପିଟ
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡିରେ ସର୍ବାଧିକ ୬୦.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୬ ଅପ୍ରେଲ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡିରେ ସର୍ବାଧିକ ୬୦.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ନୟାଗଡ଼ ଜିଲ୍ଲାର ରଣପୁରରେ ୫୬.୨ ମି.ମି., ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା(ପିଟିଓ)ରେ ୪୮.୦ ମି.ମି., ରାୟଗଡ଼ା ଜିଲ୍ଲାର ରାୟଗଡ଼ା (ପିଟିଓ)ରେ ୩୬.୬ ମି.ମି., ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡରେ ୩୪.୦ ମି.ମି., ରାୟଗଡ଼ା ଜିଲ୍ଲାର ରାୟଗଡ଼ାରେ ୩୧.୬ ମି.ମି., ଢେଙ୍କାନାଳ ଜିଲ୍ଲାର ଗଁଦିଆରେ ୩୧.୦ ମି.ମି., ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳରେ ୩୦.୨ ମି.ମି., ରାୟଗଡ଼ା ଜିଲ୍ଲାର ପଦ୍ମପୁରରେ ୩୦.୨ ମି.ମି., ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାରେ ୨୮.୦ ମି.ମି., ଢ଼େଙ୍କାନାଳ ଜିଲ୍ଲାର ଢ଼େଙ୍କାନାଳ(ପିଟିଓ)ରେ ୨୭.୬, କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇରେ ୨୬.୦ ମି.ମି. ଏବଂ ନୂଆପଡ଼ା ଜିଲ୍ଲାର ସିନାପାଲିରେ ୨୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande