
ଜୟପୁର, ୦୬ ଏପ୍ରିଲ୍ (ହି.ସ.) - ଓଡିଆ ପକ୍ଷ ପାଳନ ଅବସରରେ କୋରାପୁଟ ସହରରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି। କୋରାପୁଟ ଜଗନ୍ନାଥ ମନ୍ଦିର, ମା ମୁତ୍ୟାଲୁମା ମନ୍ଦିର ଏବଂ ବିଭିନ୍ନ କାର୍ଯ୍ୟାଳୟରେ ସମୂହ ସଫେଇ କାର୍ଯ୍ୟ କରାଯାଇଛି। କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ , ଉପାଧ୍ୟକ୍ଷା ସବିତା ପଣ୍ଡା, କୋରାପୁଟ ନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ, ଡେପୁଟି କଲେକ୍ଟର ସୌରଞ୍ଜିତା ମାଝୀ , କାଉନସିଲର ଏବଂ ପୌର ପରିଷଦ କାର୍ଯ୍ୟାଳୟର କର୍ମଚାରୀ ମାନେ ଯୋଗଦେଇ ପରିବେଶକୁ ସଫା କରିଥିଲେ। ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ସହ ପରିବେଶ ସ୍ୱଚ୍ଛ ଓ ସୁନ୍ଦର କରିବା ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ୱଚ୍ଛତା ଅଭିଯାନର ଲକ୍ଷ୍ୟ ଅଟେ ବୋଲି ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / ପିକେପି