ପୁଡୁଚେରୀ ନିର୍ବାଚନ- ମହିଳାଙ୍କୁ ମାଗଣା ବସ୍ ଯାତ୍ରା ଓ ଯୁବକଙ୍କୁ 2000 ଟଙ୍କା ଦେବାକୁ ରାହୁଲ ଗାନ୍ଧିଙ୍କ ପ୍ରତିଶ୍ରୁତି
ପୁଡୁଚେରି, ୦୬ ଏପ୍ରିଲ (ହି.ସ.)। ପୁଡୁଚେରି ବିଧାନସଭା ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ମଧ୍ୟରେ କଂଗ୍ରେସ ନେତା ଏବଂ ସାଂସଦ ରାହୁଲ ଗାନ୍ଧୀ ଏଠାରେ ଏକ ଜନସଭାରେ ଯୋଗଦେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ ବେରୋଜଗାର ଯୁବମାନଙ୍କୁ ପ୍ରତିମ
ପୁଡୁଚେରୀ ନିର୍ବାଚନ- ମହିଳାଙ୍କୁ     ମାଗଣା ବସ୍ ଯାତ୍ରା ଓ ଯୁବକଙ୍କୁ 2000 ଟଙ୍କା ଦେବାକୁ ରାହୁଲ ଗାନ୍ଧିଙ୍କ ପ୍ରତିଶ୍ରୁତି


ପୁଡୁଚେରି, ୦୬ ଏପ୍ରିଲ (ହି.ସ.)। ପୁଡୁଚେରି ବିଧାନସଭା ନିର୍ବାଚନ ଏବେ ଶେଷ

ପର୍ଯ୍ୟାୟରେ ପହଞ୍ଚିଛି। ଏହା ମଧ୍ୟରେ କଂଗ୍ରେସ ନେତା ଏବଂ ସାଂସଦ ରାହୁଲ ଗାନ୍ଧୀ ଏଠାରେ ଏକ

ଜନସଭାରେ ଯୋଗଦେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ ବେରୋଜଗାର ଯୁବମାନଙ୍କୁ

ପ୍ରତିମାସ 2000 ଟଙ୍କା

ଏବଂ ମହିଳାମାନଙ୍କୁ ସରକାରୀ ବସରେ ମାଗଣା ଯାତ୍ରା ସୁବିଧା ଦେବାର ପ୍ରତିଶ୍ରୁତି ଦେଇଛନ୍ତି।

ଏପ୍ରିଲ 9ରେ ହେବାକୁ ଥିବା

ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା

ଗାନ୍ଧୀ ୬ ଏପ୍ରିଲରେ ତାମିଳନାଡୁ ପହଞ୍ଚିଛନ୍ତି। ସେମାନେ ଦିଲ୍ଲୀରୁ ଚେନ୍ନାଇକୁ ଆସିଥିଲେ ଏବଂ

ସେଠାରୁ ହେଲିକପ୍ଟର ଯୋଗେ ପୁଡୁଚେରି ପହଞ୍ଚିଥିଲେ।

ପୁଡୁଚେରିର ଲସ୍ପେଟରେ

ଆୟୋଜିତ ଜନସଭାକୁ ସମ୍ବୋଧନ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ପୁଡୁଚେରିରେ ମହିଳାମାନଙ୍କୁ ମାଗଣା ବସ ସେବା ଦିଆଯିବ। ସେ ଆହୁରି

କହିଛନ୍ତି ଯେ, ପୁଡୁଚେରିକୁ

ପୂର୍ଣ୍ଣ ରାଜ୍ୟ ମର୍ଯ୍ୟାଦା ଦେବା ପାଇଁ କଂଗ୍ରେସ ପ୍ରତିବଦ୍ଧ। ସେ କହିଛନ୍ତି ଯେ, ସରକାରୀ ଚାକିରି ପାଇଁ ବୟସ ସୀମାକୁ 40 ବର୍ଷ ପର୍ଯ୍ୟନ୍ତ ବଢ଼ାଯିବ। ପ୍ରତ୍ୟେକ ପରିବାରକୁ 20 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଦିଆଯିବ ଏବଂ କଂଗ୍ରେସ ସରକାର ଗଠନ

ହେବାର 6 ମାସ ମଧ୍ୟରେ ସ୍ଥାନୀୟ ନିକାୟ ନିର୍ବାଚନ କରାଯିବ। ସେ କହିଛନ୍ତି ଯେ, ପୁଡୁଚେରିରେ ସରକାରୀ ଏବଂ ବେସରକାରୀ ଖାତରେ ଚାକିରି ସୁଯୋଗ

ବଢ଼ାଯିବ। ଆମେ ବେରୋଜଗାର ଯୁବମାନଙ୍କୁ ପ୍ରତିମାସ 2000 ଟଙ୍କା ଦେବୁ।

ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି

ଯେ,

ନକଲି ଔଷଧ ମାମଲାରେ କେନ୍ଦ୍ରଶାସିତ ପ୍ରଦେଶର ସରକାର କୌଣସି

କାର୍ଯ୍ୟାନୁଷ୍ଠାନ ନେଇନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ବିଦ୍ୟାଳୟ ନିକଟରେ ମଦ ଦୋକାନ ଖୋଲାଯାଉଛି ଏବଂ ମନ୍ଦିର ଜମି ବିକ୍ରି

କରାଯାଉଛି।

ନିର୍ବାଚନରେ ଏବେ କେବଳ 3 ଦିନ ବାକି ଅଛି ଏବଂ ସମସ୍ତ ରାଜନୈତିକ ଦଳର ନେତାମାନେ ଜୋରଦାର ଭାବରେ

ପ୍ରଚାରରେ ଲାଗିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande