ଭାରତରେ ରନ୍ଧନ ଗ୍ୟାସ୍ ଦିନ ମଜୁରିଆଙ୍କ ପାଇଁ ଅପହଂଚ : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ, ୬ ଅପ୍ରେଲ (ହି.ସ.)- ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଶରେ ରନ୍ଧନ ଗ୍ୟାସ୍(ଏଲପିଜି) ଅଭାବକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ବର୍ତମାନ ସମୟରେ ରନ୍ଧନ ଗ୍ୟାସ୍ ଦିନ ମଜ
ଭାରତରେ ରନ୍ଧନ ଗ୍ୟାସ୍ ଦିନ ମଜୁରିଆଙ୍କ ପାଇଁ ଅପହଂଚ : ରାହୁଲ ଗାନ୍ଧୀ


ନୂଆଦିଲ୍ଲୀ, ୬ ଅପ୍ରେଲ (ହି.ସ.)- ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଶରେ ରନ୍ଧନ ଗ୍ୟାସ୍(ଏଲପିଜି) ଅଭାବକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ବର୍ତମାନ ସମୟରେ ରନ୍ଧନ ଗ୍ୟାସ୍ ଦିନ ମଜୁରିଆଙ୍କ ପାଇଁ ଅପହଂଚ ହୋଇଛି ।

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ରାହୁଲ ଗାନ୍ଧୀ ସୋମବାର ଦିନ ଅଭିଯୋଗ କରିଛନ୍ତି ଯେ, ସରକାର ଏଲପିଜି ସଙ୍କଟକୁ କୋଭିଡ୍-୧୯ ମହାମାରୀ ସଦୃଶ ନେଇଛନ୍ତି । କୌଣସି ନୀତି ନାହିଁ, କୌଣସି ବଡ଼ ଘୋଷଣା ନାହିଁ ଏବଂ ସମସ୍ତ ବୋଝ ଗରିବ ଲୋକଙ୍କ ଉପରେ ଲଦି ଦିଆଯାଇଛି । ୫୦୦ ରୁ ୮୦୦ ଟଙ୍କା ଦୈନିକ ମଜୁରୀ ପାଉଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ରୋଷେଇ ଗ୍ୟାସ୍ ଏବେ ଅପହଂଚ ହୋଇଛି । ରାତିରେ ଘରକୁ ଫେରୁଥିବା ଶ୍ରମିକମାନଙ୍କ ପାଖରେ ଚୁଲି ଜାଳିବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ଟଙ୍କା ନାହିଁ । ଫଳସ୍ୱରୂପ, ଶ୍ରମିକମାନେ ସହର ଛାଡି ନିଜ ଗାଁକୁ ଫେରିବାକୁ ବାଧ୍ୟ ହେଉଛନ୍ତି ।

ସେ କହିଛନ୍ତି ଯେ, କପଡ଼ା ମିଲ୍ ଏବଂ କାରଖାନାର ମେରୁଦଣ୍ଡ ଥିବା ଶ୍ରମିକମାନେ ଆଜି ଭାଙ୍ଗି ପଡୁଛନ୍ତି । କପଡ଼ା ଶିଳ୍ପ ପୂର୍ବରୁ ଗଭୀର ସଙ୍କଟରେ ଅଛି ଏବଂ ଉତ୍ପାଦନ ଭୁଶୁଡ଼ି ପଡୁଛି । ଏହି ସଙ୍କଟ କେଉଁଠାରୁ ଆସିଲା? କାରଣ ଏକ କୂଟନୈତିକ ତ୍ରୁଟିରେ ରହିଛି ଯାହାକୁ ସରକାର ଏପର୍ଯ୍ୟନ୍ତ ସ୍ୱୀକାର କରୁନାହାଁନ୍ତି ।

ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି ଯେ, ପ୍ରତ୍ୟେକ ସଙ୍କଟରେ ଗରିବମାନେ ପ୍ରଥମେ କାହିଁକି ମରୁଛନ୍ତି ? ଏହା କେବଳ ଗରିବଙ୍କ କଥା ନୁହେଁ, ବରଂ ଆମ ସମସ୍ତଙ୍କର ପ୍ରଶ୍ନ ଅଟେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande