

ସୁବର୍ଣ୍ଣପୁର, ୦୬ ଏପ୍ରିଲ୍ (ହି.ସ.) - ସୋନପୁର ଜିଲ୍ଲା ତରଭା ବ୍ଳକ ଅନ୍ତର୍ଗତ ରାଇକେଡ଼ା ଗାଁରେ ରାମଜୀ ଯୁବକ ସଙ୍ଘ ତରଫରୁ ବହୁ ଆଡ଼ମ୍ବରେ ଆୟୋଜିତ ହେଉଥିବା ରାମନବମି ଶେଷ ହୋଇଛି । ଦୀର୍ଘ ୫୦ ବର୍ଷ ଧରି ଗ୍ରାମବାସୀ ପ୍ରଭୁ ଶ୍ରୀରାମ ଙ୍କ ଲୀଳା ନଅ ଦିନ ଧରି ନାଟକ ମାଧ୍ୟମରେ ପ୍ରସାରିତ କରି ଆସୁଛନ୍ତି । ଉଚ୍ଚକୋଟିର ଅଭିନୟ ସହ ଭକ୍ତିମୟ ପରିବେଶ ଶ୍ରଦ୍ଧାଳୁ ମାନଙ୍କୁ ଆକୃଷ୍ଟ କରିବା ସହ ଭିଡ଼ ଲାଗିରହିଥିଲା । ଏହି ଅବସରରେ କମିଟିର ଜଣେ ଆଗଧାଡ଼ିର କଳାକାର ସ୍ୱର୍ଗତ ଗୋପୀନାଥ ମିଶ୍ର ଙ୍କ ସୃତିରେ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଜଣେ ଉଦ୍ୟମାନ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ତରଭା ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରସନ୍ନଜିତ ବେହେରା ଏବଂ କମସରା ଫାଣ୍ଡି ର ବିଭୁ ବରାଳ ଅଥିତି ଭାବରେ ଯୋଗଦେଇଥିବା ବେଳେ ଅନୁଷ୍ଠାନ ର ସଂଯୋଜକ ତଥା ସାମାଜିକ କର୍ମୀ ସୋମନାଥ ମିଶ୍ର ସଂଯୋଜନା କରିଥିଲେ । କମିଟି ର ପ୍ରୟୋଜକ ପ୍ରମୋଦ ମିଶ୍ର, ଚିତରଞ୍ଜନ ମିଶ୍ର, ହରିହର ମିଶ୍ର ମଂଚରେ ମଂଚାସୀନ ଥିବା ବେଳେ ବରିଷ୍ଠ କଳାକାର ନରେନ୍ଦ୍ର ମିଶ୍ର ଙ୍କୁ ସୃତି ସମ୍ମାନ ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ କମିଟି ର ବାବୁଲୁ ମିଶ୍ର, ପ୍ରେମଲାଲ ମିଶ୍ର, ଦେବଦତ ମିଶ୍ର, ସଚିନ ମିଶ୍ର, ଚୈତନ୍ୟ ରଣା, କୁଶଳେଶ୍ୱର କୁଅଁର, ଅନିଲ ମିଶ୍ର, ପ୍ରତ୍ୟୁଷ ମିଶ୍ର, ଆର୍ତତ୍ରାଣ ବେଦବାକ, ମୁନୁ ମିଶ୍ର,ମଙ୍ଗଳୁ ଝାଙ୍କର, ଜୟ ମିଶ୍ର,ଅମିତ ମିଶ୍ର, ରିକୁ ରଣା, ଯଦୁ ମିଶ୍ର, ପ୍ରଦୀପ ମିଶ୍ର, ଚରଣ ମିଶ୍ର, ସ୍ୱାଗତ ମିଶ୍ର, ଶରଣ ମିଶ୍ର, ପ୍ରହଲ୍ଲାଦ ମିଶ୍ର ଙ୍କ ସହ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ