


ବଲାଙ୍ଗିର, ୬ ଅପ୍ରେଲ (ହି.ସ.)- ସର୍ବ ପୁରାତନ ରାମଲିଳା ନାଟକ ମହୋତ୍ସବ ବଲାଙ୍ଗିର ସହରର ଜଗନ୍ନାଥପଡାରେ ରାମଜୀ ନାଟକ ସଂସଦ ଦ୍ୱାରା ବୈଶ୍ୟ ସଦାଶିବ ରଚିତ ନାଟକ ନବମ ଦିନରେ ଆୟୋଜିତ ହୋଇଯାଇଛି । ସୀତାଙ୍କ ହରଣ, ଜଟାଣୁ ମରଣ ବେଶ ମନଛୁଇଁ ଥିଲା । ମାୟା ମିରିଗ, ଜଟି ରାବଣ, ରାବଣ ଅଭିନୟରେ ଡା. ରୁଦ୍ର ନାରାୟଣ ପଟେଲ ଲୋକଙ୍କ ମନକୁ ବେଶ ମନ ଛୁଇଁଥିଲେ । ଛୟ ନୃତ୍ୟ ତାଳେ ତାଳେ ନୃତ୍ୟ ବାଦ୍ୟ ଶୈଳିରେ ସୀତା ଚୋରୀ ହୋଇଥିଲା । ଏହି ଉଦ୍ଦେଶ୍ୟରେ ଦର୍ଶକଙ୍କ ଭିଡ ଜମିଥିଲା । ପାରଂପାରିକ ପାଟଣା ଶାସନ ସମୟର କାଠମୁଖା ବିଭିନ୍ନ ଅଭିନୟ କରୁଥିବା ଦେବତା ଓ ରାକ୍ଷାସ ମୁଖାରେ ଅଭିନୟ କରିଥିଲେ ସ୍ଥାନୀୟ କଳାକାର । ମାରିଚ ମାୟାମିରିଗ ରୂପ ନେଇଥିଲା । ରାବଣ ଜଟି ରାବଣ ବେଶରେ ରୂପ ଧାରଣ କରି ସୀତାଙ୍କୁ ଭିକ୍ଷା ମାଗିଥିଲା । ଲକ୍ଷ୍ମଣଙ୍କ ତିନି ଗାର ଏବଂ ପୂର୍ବ ଦିନରେ ସୁର୍ପନକା ନାଶା ଛେଦନ ଭୂମିକାରେ ଚୈତନ୍ୟ ମଟାରୀ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଏହି ଭୂମିକା କରି ଲୋକଙ୍କ ପ୍ରଶଂସା ଛୁଇଁଛନ୍ତି ।
ରାମ ଭୂମିକା ଅଭିନୟରେ ସୈଳିନ ବାବୁ, ଲକ୍ଷ୍ମଣ ଭୂମିକାରେ ଆନନ୍ଦ ମିଶ୍ର, ସୀତାଙ୍କ ଭୂମିକାରେ ମାନସ ସାହୁ ଓ ଜଟି ରାବଣ କୁମୁଦ ରଂଜନ ନାଏକ ଅଭିନୟ କରିଥିଲେ ଏବଂ ସ୍ଥାନୀୟ ଯୁବ କଳାକାର ଅଭିନୟ କରିଥିଲେ ବିଭିନ୍ନ ବେଶରେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ