ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବୃଦ୍ଧିକୁ କ୍ୟାବିନେଟ୍ରେ ମଂଜୁରୀ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ
ଭଦ୍ରକ, ୬ ଅପ୍ରେଲ (ହି.ସ.) - ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ କୁ ବ୍ୟବସ୍ଥା କୁ ନେଇ ଯେଉଁ ଅସଂଗତି ଥିଲା ତାହାକୁ ଗତକାଲି କେବିନେଟ ରେ ଦୁରି କରଣ କରାଯାଇଛି। ସେଥିପାଇଁ ଦେଶର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉଚ୍ଚଶିକ୍ଷା ମ
SURYABANSI SURAJ THANKS TO PRIME & CHIEF MINISTER


ଭଦ୍ରକ, ୬ ଅପ୍ରେଲ (ହି.ସ.) - ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ କୁ ବ୍ୟବସ୍ଥା କୁ ନେଇ ଯେଉଁ ଅସଂଗତି ଥିଲା ତାହାକୁ ଗତକାଲି କେବିନେଟ ରେ ଦୁରି କରଣ କରାଯାଇଛି। ସେଥିପାଇଁ ଦେଶର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ସେ ତାଙ୍କ ବାସ ଭବନ ଠାରେ ଏ ସମ୍ପର୍କ ରେ ପତିକ୍ରିୟା ରଖି କହିଛନ୍ତି ଯେ ଡାକ୍ତରୀ, ଇଞ୍ଜିନିୟରିଙ୍ଗ, ବୈଷୟିକ, କୃଷି ଓ ଆନୁସଙ୍ଗିକ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବୃଦ୍ଧିକୁ ଓଡ଼ିଶା କ୍ୟାବିନେଟେରେ ମଞ୍ଜୁରୀ କରିଛନ୍ତି । ସମାଜର ଅନ୍ତିମ ଶ୍ରେଣୀରେ ଥିବା ପ୍ରତିଭାମାନଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ଏହା ଐତିହାସିକ ପଦକ୍ଷେପ। ପ୍ରଥମ ଥର ପାଇଁ ଡାକ୍ତରୀ, ବୈଷୟିକ, କୃଷି ଓ ଆନୁସଙ୍ଗିକ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏସଇବିସି ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥାକୁ କ୍ୟାବିନେଟ୍ ମଞ୍ଜୁରୀ କରିଛି। ସେହିପରି ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣକୁ ୧୨% ରୁ ୨୨.୫୦% ଏବଂ ଏସସି ପାଇଁ ୮% ରୁ ୧୬.୨୫% କୁ ବୃଦ୍ଧି ହୋଇଛି। ବିଶେଷ କରି ଶିକ୍ଷା କ୍ଷତ୍ରରେ ୧୧.୨୫% ଥିଲା ନିଯୁକ୍ତି କ୍ଷେତ୍ରରେ ୨୨ % ହୋଇଛି । ତେଣୁ ଡାକ୍ତର କ୍ଷେତ୍ର ସମେତ ଅନେକ କ୍ଷେତ୍ରରେ ଯେଉଁ ନିଯୁକ୍ତି ଖାଲି ପଡିଥିଲା ତାହା ପୂରଣ ହୋଇ ପାରିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ କହିବା ସହିତ ଏସଇବିସି ପିଲାମାନଙ୍କ ପାଇଁ ଏହି ସଂରକ୍ଷଣ ବ୍ୟବସ୍ଥା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande