
ପୁରୀ, ୬ ଅପ୍ରେଲ (ହି.ସ.)- ଆଜି ବୈଶାଖ ମାସ କୃଷ୍ଣ ପକ୍ଷ ଚର୍ତୁଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୋଇଛି । ଏଥିପାଇଁ ସନ୍ଧ୍ୟାରେ ଭକ୍ତ ଦର୍ଶନ ବନ୍ଦ ରହିଛି । ଦ୍ୱିତୀୟ ଭୋଗ ମଣ୍ଡପ ସନ୍ଧ୍ୟା ୬ଟା ୧୫ ମିନିଟ୍ ରେ ଶେଷ ହୋଇଛି । ଏହାପରେ ଦଇତାପତି ସେବାୟତ ମାନେ ଶ୍ରୀମନ୍ଦିର ଗର୍ଭଗୃହରେ ପ୍ରବେଶ କରି ଶ୍ରୀଜୀଉଙ୍କ ଏହି ଗୁପ୍ତ ନୀତି ସମାପନ କରିଛନ୍ତି । ଶ୍ରୀଜଗନ୍ନାଥଙ୍କୁ ହଳଦିଆ ପାଟପଇତା, ଶ୍ରୀବଳଭଦ୍ରଙ୍କୁ ସବୁଜ ରଙ୍ଗର ପାଟପଇତା ଓ ମା ସୁଭଦ୍ରାଙ୍କୁ ନାଲି ରଙ୍ଗର ପାଟପଇତା ଲାଗି କରାଯାଇଛି । ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ । ପଇତା ଲାଗି ପରେ ମେକାପ ସେବକଙ୍କ ଦ୍ୱାରା ସିଂହାସନ ଧୁଆ ହୋଇଥିଲା । ଏହାପରେ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ