ଓଡ଼ିଆ ପକ୍ଷରେ ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡ଼ିକରେ ପୌର ପରିଷଦ ସୋନପୁର ଦ୍ୱାରା ସ୍ୱଚ୍ଛତା ଅଭିଯାନ
ସୁବର୍ଣ୍ଣପୁର, ୬ ଅପ୍ରେଲ (ହି.ସ.)- ଆଜି ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିନରେ ସକାଳ ୭ଟା ରେ ସୋନପୁର ପୌର ପରିଷଦ ପକ୍ଷରୁ ଜିଲ୍ଲାର ଦେବାଳୟ ଓ ଐତିହ୍ୟ ସ୍ଥଳୀମାନଙ୍କରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି। ଏହି ଅଭିଯାନରେ ମା ସୁରେଶ୍ୱରୀ ପୀଠ ଏବଂ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣ ସଫା କରାଯାଇଥିଲା।
ଓଡ଼ିଆ ପକ୍ଷରେ ଦେବାଳୟ ଏବଂ ଐତିହ ସ୍ଥଳୀ ଗୁଡ଼ିକରେ ପୌର ପରିଷଦ, ସୋନପୁର ଦ୍ୱାରା ସ୍ୱଚ୍ଛତା ଅଭିଯାନ |


ଓଡ଼ିଆ ପକ୍ଷରେ ଦେବାଳୟ ଏବଂ ଐତିହ ସ୍ଥଳୀ ଗୁଡ଼ିକରେ ପୌର ପରିଷଦ, ସୋନପୁର ଦ୍ୱାରା ସ୍ୱଚ୍ଛତା ଅଭିଯାନ |


ଓଡ଼ିଆ ପକ୍ଷରେ ଦେବାଳୟ ଏବଂ ଐତିହ ସ୍ଥଳୀ ଗୁଡ଼ିକରେ ପୌର ପରିଷଦ, ସୋନପୁର ଦ୍ୱାରା ସ୍ୱଚ୍ଛତା ଅଭିଯାନ |


ସୁବର୍ଣ୍ଣପୁର, ୬ ଅପ୍ରେଲ (ହି.ସ.)-

ଆଜି ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିନରେ ସକାଳ ୭ଟା ରେ ସୋନପୁର ପୌର ପରିଷଦ ପକ୍ଷରୁ ଜିଲ୍ଲାର ଦେବାଳୟ ଓ ଐତିହ୍ୟ ସ୍ଥଳୀମାନଙ୍କରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି। ଏହି ଅଭିଯାନରେ ମା ସୁରେଶ୍ୱରୀ ପୀଠ ଏବଂ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣ ସଫା କରାଯାଇଥିଲା।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛତାର ଗୁରୁତ୍ୱ ଉଲ୍ଲେଖ କରିଥିଲେ। ଏହାସହିତ ପୌର ପରିଷଦ ନିର୍ବାହୀ ଅଧିକାରୀ ଋଷି ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଯମୁନା ପ୍ରଧାନ, ଜିଲ୍ଲା କ୍ରୀଡା ଓ ଯୁବ ସେବା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର ଓ ଜିଲ୍ଲା ନିଜାରତ ଅଧିକାରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ଅଗ୍ନିଶମ ବିଭାଗ ଅଧିକାରୀ ଧୀରେନ୍ଦ୍ର ନାଥ ଦେ ପ୍ରମୁଖ ଉପସ୍ଥିତ ଥିଲେ।

ସୋନପୁର-ମନମୁଣ୍ଡାର ସ୍ୱଚ୍ଛ ଭାରତ ସଂଗଠନ, ସୋନପୁର ମହାବିଦ୍ୟାଳୟର ଏନ୍.ସି.ସି. ଛାତ୍ରଛାତ୍ରୀ, ପୌର ପରିଷଦ ସ୍ବଚ୍ଛ ସାଥୀ ଓ ସଚେତନ ନାଗରିକମାନେ ସକ୍ରିୟ ଭାବେ ଭାଗନେଇଥିଲେ। ପୌର ପରିଷଦର ସମସ୍ତ କର୍ମଚାରୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମସ୍ତଙ୍କୁ ପ୍ରତିଦିନ ନିଜ ଘର, ସାହି ଓ ଧାର୍ମିକ ସ୍ଥଳୀମାନଙ୍କୁ ସଫା ରଖିବା ପାଇଁ ସଚେତନ କରିବା ଓ ସମଗ୍ର ପରିବେଶ ସୁରକ୍ଷା ବୋଲି ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି |

ଏହାଛଡା ସମସ୍ତଙ୍କୁ ପୌର ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି ଯେ, ସେମାନେ ପ୍ରତ୍ୟେକ ଦିନ ତାଙ୍କ ଘର ପାଖକୁ ଆସୁଥିବା ଅଳିଆ ସଂଗ୍ରହ ଗାଡ଼ିରେ ତାଙ୍କ ଘରୁ ବାହାରୁଥିବା ଶୁଖା ଏବଂ ଓଦା ଅଳିଆକୁ ପୃଥକ ପୃଥକ ଭାବରେ ସଂଗ୍ରହ ଗାଡ଼ିରେ ଦିଅନ୍ତୁ। ଏହା ଅଳିଆର ପୁନରାବୃତ୍ତି, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଜୈବିକ ଖତ ତିଆରିରେ ସାହାଯ୍ୟ କରିଥାଏ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande